www.samajalive.in
Monday, December 8, 2025
14.1 C
Bhubaneswar

କଣ୍ଟାବାଞ୍ଜି ସହରରେ ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମଣ

କଣ୍ଟାବାଞ୍ଜି : କରୋନା ସଂକ୍ରମଣ ଦିନକୁ ଦିନ ବଲାଙ୍ଗିର ଜିଲ୍ଲାରେ ବୃଦ୍ଧି ପାଉଥିବା ବେଲେ କଣ୍ଟାବାଞ୍ଜି ସହରରେ ତାର କାୟା ବିସ୍ତାର କରିବାରେ ଲାଗିଛି। ବୁଧବାର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରୀ କରାଯାଇଥିବା ଗ୍ରାଫ ଅନୁସାରେ ୧୧ଟି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୧ଟି ପଜିଟିଭ କଣ୍ଟାବାଞ୍ଜି ସହରରୁ ଚିହ୍ନଟ କରାଯାଇଛି। ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ ତରଫରୁ ବଲାଙ୍ଗିର ଜିଲ୍ଲାରେ ୫ ଟି ପଜିଟିଭ କେସ ଚିହ୍ନଟ ମଧ୍ୟରୁ କଣ୍ଟାବାଞ୍ଜି ସହରରୁ ୩ଟି ପଜିଟିଭ ଚିହ୍ନଟ ହେବା ପରେ ପୂର୍ବରୁ ୪ଟି ଚିହ୍ନଟ। ସମୁଦାୟ ସହରରେ ୧୯ଟି ପଜିଟିଭ କେସ ବାହାରିବା , ସହରବାସୀ ଏବଂ ପ୍ରଶାସନର ମୁଣ୍ଡବିଥାର କାରଣ ପାଲଟିଛି। ଏହ ପରିପ୍ରେକ୍ଷୀରେ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟୟ ସହରରେ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଏକ ରିପୋର୍ଟ ମାଗିବା ସହ ରିପୋର୍ଟ ହସ୍ତଗତ ହେବା ପରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ସହରର ୱାର୍ଡ ନଂ ୨, ୫ , ୧୦ ଏବଂ ୧୧ ର କିଛି ଅଂଶ କଣ୍ଟେନେମଣ୍ଟ ଜୋନ ଓ ତାର ପାର୍ଶ୍ବ ଅଞ୍ଚଳକୁ ବଫର ଜୋନ ଘୋଷଣା ପାଇଁ ପତ୍ର ଲେଖି ଅନୁରୋଧ କରିଥିଲେ। ବଲାଙ୍ଗିର ଜିଲ୍ଲାପାଳ ମଙ୍ଗଳବାର ଅପରାହ୍ନରେ ଉକ୍ତ ଅଞ୍ଚଳକୁ କଣ୍ଡେନମେଣ୍ଟ ଜୋନ ଘୋଷଣା କରିବା ପରେ ସଂନ୍ଧ୍ୟାରେ ସ୍ଥାନୀୟ ପ୍ରଶାସନ ତରଫରୁ ତହସିଲଦାର ଅଶୋକ କୁମାର ମାଝୀ, ପୋଲିସ ଏସ.ଡି.ପି.ଓ. ସରୋଜ କୁମାର ମହାପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ କନ୍ଦନକେଲ, ଏନ୍‍.ଏ.ସି. କୋଭିଡ-୧୯ ନୋଡାଲ ଅଫିସର, ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରମୂଖ ଉପସ୍ଥିତ ରହି କଣ୍ଟେନମେଣ୍ଟ ଜୋନର ପ୍ରବେଶ ପଥକୁ ସିଲ କରିଛନ୍ତି। ପୋଲିସ ତରଫରୁ ଡାକବାଜୀ ଯନ୍ତ୍ର ଯୋଗେ ବାରମ୍ବାର ସଚେତନ କରାଉଛନ୍ତି। ସମସ୍ତେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ପ୍ରତି ଧ୍ୟାନ ଦେବାକୁ ସତର୍କ କରାଇଥିଲେ। ସହରରେ ଅମାନିଆମାନେ ଅବାଧରେ ବୁଲାବୁଲି କରୁଥିବା ଯୋଗୁଁ ଦରକାର ପଡିଲେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ କରିବାକୁ ବାଧ୍ୟ ହେବ ବୋଲି ବାରମ୍ବାର ସତର୍କ କରାଉଛି। ଜନସାଧାରଣ ଙ୍କୁ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି ପ୍ରଶାସନ ତରଫରୁ ବାର୍ତ୍ତା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories