www.samajalive.in
Wednesday, December 10, 2025
26.1 C
Bhubaneswar

ଓଡ଼ିଶାରେ କରୋନା ୨ୟ ପର୍ଯ୍ୟାୟରେ – ଆଜିର ପ୍ରମୁଖ ଘୋଷଣା

ସମାଜ ପୋର୍ଟାଲ ଡେସ୍କ: କରୋନା ୪ଟି ପର୍ଯ୍ୟାୟରେ ପ୍ରବେଶ କରେ ଓ ସେହି ୪ଟି ପର୍ଯ୍ୟାୟ ହେଉଛି ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପ୍ରବେଶ କରିବା, ଦେଶ ଭିତରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ କରିବା, ସାମୁହିକ ସଂକ୍ରମଣ ଓ ଚତୁର୍ଥ ପର୍ଯ୍ୟାୟରେ ଏହା ମହାମାରୀର ରୂପ ନେଇଥାଏ ବୋଲି କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି କହିଛନ୍ତି। ସେ କହିଛନ୍ତି ଯେ ଆମକୁ ଏହି ସଂକ୍ରମଣ ୩ୟ ପର୍ଯ୍ୟାୟରେ ପହଂଚିବା ପୂର୍ବରୁ ରୋକିବାକୁ ହେବ ନଚେତ ଏହା ମହାମାରୀରେ ପରିଣତ ହେବାକୁ ଅଧିକ ସମୟ ନେବା ନାହିଁ।

ବାଗଚି କହିଛନ୍ତି ଯେ ଭାରତ ବର୍ଷରେ ପ୍ରଥମ ଥର ପାଇଁ ଓଡିଶା ସରକାର ବେସରକାରୀ ହସ୍ପିଟାଲ ସହ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି ଓ ସେହି ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୫ ଦିନ ମଧ୍ୟରେ ୧ହଜାର ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ ହେବ। ଏଥିପାଇଁ ରାଜ୍ୟ ସରକାର, ବେସରକାରୀ ସଂସ୍ଥା ଓ ଧନୀ ବ୍ୟକ୍ତିମାନେ ସହଯୋଗ ଯୋଗାଇ ଦେବେ। କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ – କିମସ୍’ରେ ୪୫୦ ଓ ସମ ହସ୍ପିଟାଲରେ ୫୫୦ ଶଯ୍ୟା ପ୍ରସ୍ତୁତ ହେବ ବୋଲି ସେ ସୂଚନା ଦେଇଛନ୍ତି।

- Advertisement -

ଏହି ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ – କିମସର ନିର୍ଦ୍ଦେଶକ ଡାକ୍ତର ବିଷ୍ଣୁ ପାଣିଗ୍ରାହୀ କହିଛନ୍ତି ଯେ ଏହା ଓଡିଶା ସରକାରଙ୍କ ଏକ ଐତିହାସିକ ପଦକ୍ଷେପ। ସେ କହିଛନ୍ତି ଯେ କରୋନା ସଂକ୍ରମିତ ରୋଗୀ କେବଳ ସେମାନଙ୍କ ପାଇଁ ନିର୍ଦ୍ଧାରିତ ହସ୍ପିଟାଲରେ ଚିକିତ୍ସିତ ହେବେ ଓ ଅନ୍ୟ ରୋଗୀଙ୍କ ସହ ମିଶିବେ ନାହିଁ ଯାହା ଫଳରେ ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ହ୍ରାସ ପାଇବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ଦେଶ ଯେଉଁ ସବୁ ତ୍ରୁଟି କରିଛନ୍ତି, ଆମେ ଯଦି ସେହି ତ୍ରୁଟି ନ ହେବା ପାଇଁ ଆଗୁଆ ପଦକ୍ଷେପ ନେବା ତା ହେଲେ କରୋନାକୁ ରୋକାଯାଇ ପାରିବ। ସେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ମନ୍ତବ୍ୟକୁ ଉଦ୍ଧାର କରି କହିଛନ୍ତି ଯେ ଭାରତ ପୂର୍ବରୁ ହାଡ ଫୁଟି ଓ ପୋଲିଓ ବିନାଶ ଦିଗରେ ସଫଳତା ପାଇଥିବା ବେଳେ ଆଗାମୀ ଦିନରେ କରୋନା ସଂକ୍ରମଣ ପ୍ରତିହତ କରିବା ଦିଗରେ ଓଡିଶା ବିଶ୍ୱକୁ ଦିଗଦର୍ଶନ ଦେବ। ସେହିପରି ସମ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି ଯେ କରୋନା ସଂକ୍ରମିତ ରୋଗୀଙ୍କ ବିଶ୍ୱ ସ୍ତରୀୟ ଚିକିତ୍ସା ଓ ଆଇସୋଲେସନ ୱାର୍ଡ ପାଇଁ ବ୍ୟବସ୍ଥା କରାଯାଉଛି। ଆମ ଲୋକଙ୍କୁ ଏହି ଯୁଦ୍ଧରେ ଜିତିବା ହିଁ ଆମ ସଂକଳ୍ପ ବୋଲି ଡାକ୍ତର ଅଶୋକ କହିଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories