www.samajalive.in
Wednesday, December 10, 2025
18.1 C
Bhubaneswar

କରୋନା: ରେଡ଼ ଲାଇଟ ଅଞ୍ଚଳରେ ‘ମା’ ହେଲା ସାହା

ସମାଜ ପୋର୍ଟାଲ ଡେସ୍କ: କରୋନା ସଙ୍କଟ ସମୟରେ ଶରୀର ଦେହଜୀବୀଙ୍କ ପାଇଁ ଦୁଇଥର ଖାଦ୍ୟ ଯୋଗାଡ କରିବା ଅସମ୍ଭବ ହୋଇପଡିଛି। ଲକ ଦଉନ ଏବଂ ସାମାଜିକ ଦୂରତା ଯୋଗୁ ସେମାନେ ପ୍ରଭାବିତ ହୋଇଛନ୍ତି। ଜୁନ୍ ୨ ଆନ୍ତର୍ଜାତୀୟ ଦେହଜୀବୀ ଅଧିକାର ଦିବସ ପାଳନ କରାଯାଏ, କିନ୍ତୁ କରୋନା ଲକ ଡାଉନ କାରଣରୁ ସେମାନଙ୍କୁ କେହି ଦେଖା କରିନଥିଲେ। ପ୍ରତିବର୍ଷ ଭଳି ସେମାନଙ୍କୁ ନ୍ୟାୟ ପାଇଁ ଦିଆଯାଉଥିବା ଭାଷଣ ଆଜି କିନ୍ତୁ ନ ଥିଲା। ଭୁବନେଶ୍ୱରର ଏକ ବସ୍ତିରେ ରହୁଥିବା ଏହି ଯୌନ କର୍ମୀମାନଙ୍କ ପାଇଁ ‘ମା’ ସଂଗଠନ (ମହିଳା ଅଧିକାର ଅଭିଯାନ) ପ୍ରକୃତରେ ଜଣେ ମା’ ଭାବରେ ଉଭା ହୋଇଥିଲେ। ଅଭିଯାନର ଅଧ୍ୟକ୍ଷ ତଥା ରାଜ୍ୟ ମହିଳା ଆୟୋଗର ପୂର୍ବତନ ସଦସ୍ୟ ନମ୍ରତା ଚଢାଙ୍କ ଏକ ଆବେଦନ ଉପରେ ରାଜ୍ୟ ମାନବାଧିକାର ଆୟୋଗ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନର କମିଶନରଙ୍କୁ ତୁରନ୍ତ ସେହି ମହିଳାମାନଙ୍କୁ ଖାଦ୍ୟ ପାନୀୟ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ଆବେଦନରେ କୁହାଯାଇଥିବା ରାସନ କାର୍ଡ ପ୍ରସଙ୍ଗ ଉପରେ ସକାରାତ୍ମକ ମନୋଭାବ ଦେଖାଇ କମିଶନ ସେମାନଙ୍କୁ ରାସନ କାର୍ଡ ଯୋଗାଇବାକୁ ମତ ରଖିଛନ୍ତି। ଜୁନ୍ ୧୮ରେ, ଆୟୋଗ ଶୁଣାଣି ପାଇଁ ସମ୍ବନ୍ଧିତ ପକ୍ଷଙ୍କୁ ସମନ କରିଛନ୍ତି।

ରାଜ୍ୟ ମାନାବାଧିକାରଙ୍କ ନିର୍ଦ୍ଦେଶ
ଆୟୋଗର ସଦସ୍ୟ ଅସୀମ ଅମିତାଭ ଦାସଙ୍କ ପକ୍ଷରୁ ଭୁବନେଶ୍ୱର ମ୍ୟୁନିସିପାଲିଟି କମିଶନରଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଆୟୋଗଙ୍କ ଅନୁଯାୟୀ ନମ୍ରତା ଏହି ଆବେଦନକୁ ଇ-ମେଲ ମାଧ୍ୟମରେ ପଠାଇଛନ୍ତି। ଏହି ଆବେଦନରେ ସେ ଭୁବନେଶ୍ୱରର ଏକ ବସ୍ତିରେ ରହୁଥିବା ଏହି ମହିଳା ଓ ଝିଅମାନଙ୍କ ଦୁଃଖ ଉପରେ ଆଲୋକପାତ କରିଥିଲେ। ନମ୍ରତା ଏବଂ ତାଙ୍କ ସହଯୋଗୀ ସାମାଜିକ କର୍ମୀମାନେ ସୋମବାର ଏହି ରେଡ଼ ଲାଇଟ ଅଞ୍ଚଳରେ ରାସନ ଇତ୍ୟାଦି ବଣ୍ଟନ କରିଥିଲେ। ଦେହଜୀବୀମାନଙ୍କ ନେତୃତ୍ୱ ନେଉଥିବା ନାଗମଣି ରାଓ ସେମାନଙ୍କୁ ଲକ ଡାଉନ ସମୟରେ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କହିଥିଲେ। ବେଳେବେଳେ ସେମାନଙ୍କ ପାଇଁ କିଛି ବି ଖାଇବାକୁ ନ ଥିବା ସେ କହିଛନ୍ତି।

- Advertisement -

ରାସନ କାର୍ଡ ଥିଲେ ସୁବିଧା ମିଳିବ
ନମ୍ରତା କହିଛନ୍ତି ଯେ ସମାଜର ଏହି ଅବହେଳିତ ମହିଳାମାନେ ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା, ଗୃହ ଭଳି ପ୍ରତ୍ୟେକ ସରକାରୀ ସୁବିଧା ପାଇବାକୁ ହକଦାର। ସୂଚନାଯୋଗ୍ୟ ଯେ ଆନ୍ତର୍ଜାତୀୟ ଯୌନ କର୍ମୀ ଦିବସ ପ୍ରତିବର୍ଷ ୨ ଜୁନରେ ପାଳନ କରାଯାଏ। ଏଭଳି ପରିସ୍ଥିତିରେ ସାମାଜିକ କାର୍ଯ୍ୟକର୍ତ୍ତା ନମ୍ରତା ଚଢାର ଆବେଦନ ଉପରେ ଓଡିଶା ରାଜ୍ୟ ମାନବ ଅଧିକାର ଆୟୋଗର ଏହି ନିର୍ଦ୍ଦେଶ ଅନ୍ୟ ରାଜ୍ୟ ତଥା ଜାତୀୟ ମାନବ ଅଧିକାର ଆୟୋଗ ପାଇଁ ଏକ ଉଦାହରଣ ହୋଇପାରେ। ମାର୍ଚ୍ଚ ମାସ ଆରମ୍ଭ ହେବା ମାତ୍ରେ ଦେଶରେ କରୋନା ଭାଇରସ୍ ରୋଗ ଆରମ୍ଭ ହେବାରେ ଲାଗିଲା, ସେବେଠାରୁ ସେମାନଙ୍କ ପାଖକୁ ଆସୁଥିବା ଗ୍ରାହକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି। ଏହା ପରେ, ମାର୍ଚ୍ଚ ୨୩ରୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ପରେ, ଲୋକମାନେ ସେଠାକୁ ଆସିବା ବନ୍ଦ କରିଦେଲେ। ସାମାଜିକ ଦୂରତା ସେମାନଙ୍କ ଜୀବନକୁ କଷ୍ଟକର କରିଦେଇଛି। ଆଜିକାଲି ରେଡ଼ ଲାଇଟ ଅଂଚଳଗୁଡିକ ନିଛାଟିଆ ହୋଇପଡିଛି।

ଦେଶରେ ଦେହଜୀବୀଙ୍କ ଭବିଷ୍ୟତ ଅନିଶ୍ଚିତ
ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ (ନାକୋ) ଅନୁଯାୟୀ, ଭାରତରେ ପ୍ରାୟ ୬ ଲକ୍ଷ ୩୭ ହଜାର ୫୦୦ ଯୌନ କର୍ମୀ ଅଛନ୍ତି ଏବଂ ପାଞ୍ଚ ଲକ୍ଷରୁ ଅଧିକ ଗ୍ରାହକ ଦୈନିକ ରେଡ୍ ଲାଇଟ୍ ଅଞ୍ଚଳ ପରିଦର୍ଶନ କରନ୍ତି। କିନ୍ତୁ କରୋନା ମହାମାରୀ ହେତୁ ସେମାନଙ୍କର ଭବିଷ୍ୟତ ଅନ୍ଧକାରରେ ଅଛି। ତଥାପି ଏହାର ଏକ କାରଣ ମଧ୍ୟ ଅଛି। ଏହି କ୍ଷେତ୍ରରେ ସଂକ୍ରମଣର ହାର ଅଧିକ ହୋଇପାରେ, କାରଣ ଯୌନ ସମ୍ପର୍କ ସମୟରେ ସାମାଜିକ ଦୂରତା ସମ୍ଭବ ନୁହେଁ। ସଂକ୍ରମିତ ଗ୍ରାହକମାନେ ଲକ୍ଷ ଲକ୍ଷ ନାଗରିକଙ୍କ ନିକଟରେ ଏହି ରୋଗ ବିସ୍ତାର କରିପାରିବେ। ୟେଲ ସ୍କୁଲ ଅଫ୍ ମେଡିସିନ୍ ଏବଂ ହାର୍ଭାର୍ଡ ମେଡିକାଲ୍ ସ୍କୁଲର ଏକାଡେମିକ୍ ଏବଂ ଅନୁସନ୍ଧାନକାରୀମାନେ ଏହାର ରିପୋର୍ଟରେ କହିଛନ୍ତି ଯେ ଭାରତରେ ଦେଶବ୍ୟାପୀ ଲକ ଡାଉନ ଶେଷ ହୋଇଥିଲେ ମଧ୍ୟ ରେଡ୍ ଲାଇଟ୍ ଅଞ୍ଚଳ ବନ୍ଦ ରହିବା ଉଚିତ୍।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories