www.samajalive.in
Monday, December 8, 2025
27.1 C
Bhubaneswar

କଂଗ୍ରେସ ପକ୍ଷରୁ ଦୁଇ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ

ନୀଳଗିରି : କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀଙ୍କ ନିର୍ଦେଶକ୍ରମେ ମଙ୍ଗଳବାରଠାରୁ ନୀଳଗିରି ପୌରାଞ୍ଚଳ ବିଶୋଧନ ଆରମ୍ଭ କରିଛି କଂଗ୍ରେସ। ଏହି ଅବସରରେ ସ୍ଥାନୀୟ କଂଗ୍ରେସ ଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ତଥା ନୀଳଗିରି ରାଣୀସାହେବା ମନୋଜା ମଞ୍ଜରୀ ଦେବୀ ଅଧ୍ୟକ୍ଷତା କରି ଦେଶରୁ କରୋନା ଏତେ ଶୀଘ୍ର ହଟିବାର ନାହିଁ, ରାଜ୍ୟ ଓ କେନ୍ଦ୍ର ସରକାର କରୋନାକୁ ନେଇ କେବଳ ପ୍ରହସନ କରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ସରକାରୀ ନିର୍ଦେଶାନୁସାରେ ସ୍ଥାନୀୟ ପ୍ରଶାସନ ନୀଳଗିରି ପୌରାଞ୍ଚଳରେ ଯେଉଁ ବିଶୋଧନ କରୁଛନ୍ତି ତାହା କେବଳ ଲୋକ ଦେଖାଣିଆ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ସମ୍ମିଳନୀରେ ଯଶୋଦା ନନ୍ଦନ ସିଂହ, ଉପେନ୍ଦ୍ର ବେହେରା, ପ୍ରଫୁଲ ବେହେରା, ଜୟଦେବ ବେହେରା, ସନ୍ତୋଷ ମହାପାତ୍ର, ମଧୁସୂଦନ ପାତ୍ର, ପ୍ରଫୁଲ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ କରୋନା ମୁକାବିଲାଠାରୁ ଆରମ୍ଭ କରି ଅମ୍ପନ ବାତ୍ୟା ପର୍ଯ୍ୟନ୍ତ ଗଣମାଧ୍ୟମରେ ନିର୍ଭିକ ତଥା ନିରପେକ୍ଷ ଖବର ପ୍ରକାଶ କରି ନୀଳଗିରିବାସୀଙ୍କୁ ସଠିକ ଖବର ଯୋଗାଇବାରେ ବିଶେଷ ଭୂମିକା ନେଇଥିବା ସ୍ଥାନୀୟ ‘ସମାଜ’ ପ୍ରତିନିଧି ଅଶେଷ ସ ଏବଂ ‘ଓଟିଭି’ ପ୍ରତିନିଧି ବିଶ୍ୱମ୍ବର ଦାସଙ୍କୁ କଂଗ୍ରେସ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନରେ ପୁଷ୍ପଗୁଛ ଓ ୨ହଜାର ଟଙ୍କା ଲେଖାଏଁ ଅର୍ଥରାଶି ଦେଇ ସମ୍ବର୍ଦ୍ଧିତ କରାଯାଇଛି। ପରେ କଂଗ୍ରେସ ଭବନଠାରୁ ବିଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏହି ପ୍ରକ୍ରିୟା ନୀଳଗିରି ପୌରାଞ୍ଚଳର ୧୩ଟି ଯାକ ୱାର୍ଡ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ କରାଯିବ ବୋଲି କଂଗ୍ରେସ ନିଷ୍ପତ୍ତି ନେଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories