www.samajalive.in
Saturday, December 13, 2025
15.1 C
Bhubaneswar

କରୋନା ମୃତ୍ୟୁ ସଂଖ୍ୟା ୨୪୧୫କୁ ବୃଦ୍ଧି, ୨୪ ଘଣ୍ଟାରେ ୩୫୨୫ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ମୃତ୍ୟୁ ସଂଖ୍ୟା ବୁଧବାର ସକାଳ ସୁଦ୍ଧା ୨୪୧୫କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୧୨୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୫୨୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୪ ହଜାର ୨୮୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୪ ହଜାର ୩୮୫ ଜଣ ସୁସ୍ଥ ହୋଇଥିବାବେଳେ ୪୭ ହଜାର ୪୮୦ ଜଣ ଏବେ ଚିକିତ୍ସାଧୀନ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମହାରାଷ୍ଟ୍ରରେ କରୋନା ସ୍ଥିତି ଉଦବେଗଜନକ ରହିଛି। ଏହି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୨ହଜାର ୪୨୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୯୨୧ ଜଣ ପ୍ରାଣ ହରାଇଛନ୍ତି ସେହିପରି ଗୁଜରାଟରେ ୨ୟ ସର୍ବାଧିକ ୮୯୦୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୩୭ ଜଣଙ୍କ ମୃତ୍ୟୁ ଘଟିଛି ଏହାବ୍ୟତୀତ ଦିଲ୍ଲୀରେ ୭୬୩୯ ଆକ୍ରାନ୍ତ ଓ ୮୬ ମୃତ, ତାମିଲନାଡୁରେ ୮୭୧୮ ଆକ୍ରାନ୍ତ ଓ ୬୧ ମୃତ, ରାଜସ୍ଥାନରେ ୪୨୧୩ ଆକ୍ରାନ୍ତ ଓ ୧୧୭ ମୃତ, ମଧ୍ୟପ୍ରଦେଶରେ ୩୯୮୬ ଆକ୍ରାନ୍ତ ଓ ୨୨୫ ମୃତ, ଉତ୍ତରପ୍ରଦେଶରେ ୩୬୬୪ ଆକ୍ରାନ୍ତ ଓ ୮ମୃତ, ଆନ୍ଧ୍ରପ୍ରଦେଶରେ ୨୦୮୯ ଆକ୍ରାନ୍ତ ଓ ୪୬ ମୃତ, ପଞ୍ଜାବରେ ୧୯୧୪ ଆକ୍ରାନ୍ତ ଓ ୩ମୃତ, ପଶ୍ଚିମବଙ୍ଗରେ ୨୧୭୩ ଆକ୍ରାନ୍ତ ଓ ୧୯ମୃତ, ତେଲେଙ୍ଗାନାରେ ୧୩୨୬ ଆକ୍ରାନ୍ତ ଏବଂ ୩ଜଣଙ୍କ ମୃତ୍ୟୁ ଘଟିଛି

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories