www.samajalive.in
Monday, December 8, 2025
14.1 C
Bhubaneswar

୨୧ ହଜାର ରୋଗୀଙ୍କ ଜୀବନ ନେଲାଣି କରୋନା, ଦିନକରେ ୨୪୮୭୯ ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଗୁରୁବାର ସୁଦ୍ଧା ଦେଶରେ ଏହି ମହାମାରୀ ଭୂତାଣୁ ୨୧ ହଜାର ୧୨୯ ରୋଗୀଙ୍କ ଜୀବନ ନେଇଥିବାବେଳେ ଗତ ୨୪ ଘଣ୍ଟାରେ ୨୪ ହଜାର ୮୭୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୬୭ ହଜାର ୨୯୬କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ୪୮୭ ରୋଗୀଙ୍କ ମୃତ୍ୟୁ ଘଟିଛି। ଦେଶରେ ବର୍ତ୍ତମାନ ୨ ଲକ୍ଷ ୬୯ ହଜାର ୭୮୯ ସକ୍ରିୟ ରୋଗୀ ଥିବାବେଳେ ୪ ଲକ୍ଷ ୭୬ ହଜାର ୩୭୭ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ରହିଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୩ ହଜାର ୭୨୪ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୯ ହଜାର ୪୪୮କୁ ବଢ଼ିଛି। ଦିଲ୍ଲୀରେ ୧ ଲକ୍ଷ ୪ ହଜାର ୮୬୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩୨୧୩ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ୧ ଲକ୍ଷ ୨୨ ହଜାର ୩୫୦ କରୋନା ସଂକ୍ରମିତ ଏବଂ ୧୭୦୦ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୩୮ ହଜାର ୪୧୯କୁ ବୃଦ୍ଧି, ୧୯୯୪ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଉତ୍ତରପ୍ରଦେଶରେ ୩୧ ହଜାର ୧୫୬ ସଂକ୍ରମିତ ଓ ୮୪୫ ମୃତ, ପଶ୍ଚିମବଙ୍ଗରେ ୨୪ ହଜାର ୮୨୩ ଆକ୍ରାନ୍ତ ଓ ୮୨୭ ମୃତ, ହରିୟାଣାରେ ୧୮ ହଜାର ୬୯୦ ଆକ୍ରାନ୍ତ ଏବଂ ୨୮୨ ମୃତ, ଆନ୍ଧ୍ରପ୍ରଦେଶରେ ୨୨ ହଜାର ୨୫୯ ଆକ୍ରାନ୍ତ ଏବଂ ୨୬୪ ମୃତ, ତେଲେଙ୍ଗାନାରେ ୨୯ ହଜାର ୫୩୬ ସଂକ୍ରମିତ ଓ ୩୨୪ ମୃତ, କର୍ଣ୍ଣାଟକରେ ୨୮ ହଜାର ୮୭୭ ଆକ୍ରାନ୍ତ ଓ ୪୭୧ ମୃତ, ରାଜସ୍ଥାନରେ ୨୨  ହଜାର ୬୩ ଆକ୍ରାନ୍ତ ଓ ୪୮୨ ମୃତ, ଜାମ୍ମୁ-କାଶ୍ମୀରରେ ୯୨୬୧ ସଂକ୍ରମିତ ଓ ୧୪୯ ମୃତ, ମଧ୍ୟପ୍ରଦେଶରେ ୧୬ ହଜାର ୩୬ ସଂକ୍ରମିତ ଓ ୬୨୯ ମୃତ, ବିହାରରେ ୧୩ ହଜାର ୨୭୪ ଆକ୍ରାନ୍ତ ଓ ୧୦୦ ମୃତ, ଆସାମରେ ୧୪ ହଜାର ୩୩ ଆକ୍ରାନ୍ତ ଓ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories