www.samajalive.in
Monday, December 8, 2025
13.1 C
Bhubaneswar

ଚ୍ୟାଲେଞ୍ଜର ମୁକାବିଲା ପାଇଁ ଏକାଠି ହେବା

ଟିଟିଲାଗଡ଼: ଟିଟିଲାଗଡ ପୌରାଞ୍ଚଳରେ କରୋନା ମହାମାରୀର ମୁକାବିଲା ପାଇଁ ଗତ ୧୮ରୁ ୧୦ ଦିନ ବ୍ୟାପୀ ସ୍ଥାନୀୟ ରାଜକନୱର ପାର୍କ ପରିସରରେ ସହରର ବିଭିନ୍ନ ସମାଜସେବୀ ସଙ୍ଗଠନ, ବୁଦ୍ଧିଜୀବୀ, ମହିଳା ଗୋଷ୍ଠିଙ୍କୁ ନେଇ ଚାଲିଥିବା ମାରାଥନ ସଚେତନତା ସଭାର ଅନ୍ତିମ ଦିବସରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଏବଂ ଶିକ୍ଷକ ସମ୍ମିଳିତ ହୋଇଥିଲେ। ଏହି ଅବସରରେ ଉପଜିଲାପାଳ ତଥା ଭାରପ୍ରାପ୍ତ ପୌର ନିର୍ବାହି ଅଧିକାରୀ ସୋମେଶ ଉପାଧ୍ୟାୟ ଅଧ୍ୟାପକ, ଶିକ୍ଷକ କରୋନା ମୁକାବିଲା ଦିଗରେ ନିଜର ପରାକାଷ୍ଠାକୁ ପ୍ରଦର୍ଶନ ସହ ସମାଜକୁ ଦିଗଦର୍ଶନ ଦେବାକୁ ଆହ୍ୱାନ କରିଥିଲେ। ଅପରପକ୍ଷରେ ଆଜି ସହରର ଜଣେ ନାଗରିକଙ୍କ କରୋନାରେ ଅକାଳ ମୃତ୍ୟୁ ନେଇ ଗଭିର ଦୁଃଖ ପ୍ରକାଶ ସହ ମହାମାରିର ମୁକାବିଳା ଦିଗରେ ପ୍ରଶାସନ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଉପଜିଲାପାଳ ସୁଚିତ କରିଥିଲେ। ଟିଟିଲାଗଡ ପୁଲିସର କିଛି ସାଥି କରୋନାରେ ପୀଡିତ ହୋଇଥିବା ସତ୍ୱେ ସମ୍ପୁର୍ଣ୍ଣ ମନୋବଳ ସହିତ ଲୋକଙ୍କ ସହାୟତା ପାଇଁ ପୁଲିସ ବାହିନୀ ପ୍ରସ୍ତୁତ ଥିବା ଏସଡିପିଓ ସୁରେନ୍ଦ୍ର ନାରାୟଣ ଶତପଥି କହିଥିଲେ। କପଡା ତିଆରି ମାସ୍କ କରୋନା ଭାଇରସକୁ ରୋକିବାରେ ଅସମର୍ଥ ଥିବା କୋଭିଡ ଟିମ ଡା. ଓମକାର ହୋତା ସତର୍କ କରିଥିଲେ। ଶ୍ୱାସ ନେବାରେ କଷ୍ଟ ହେଲେ ମୁହଁମାଡି ଶୋଇଲେ ଶରିରକୁ ଅଧିକ ମାତ୍ରାରେ ଅକ୍ସିଜେନ ପ୍ରବେଶ କରିବାପାରିବ ଆଦି ଅନେକ ସତର୍କତା ନେଇ ଡା. ହୋତା ସୁଚିତ କରିଥିଲେ। କୋଭିଡ ପରିଚାଲନା ନେଇ ନିୟୋଜିତ ପ୍ରଶାସନିକ ଅଧିକାରୀ ଉପାଞ୍ଜଳି ମାଝୀ ପୌରାଂଚଳରେ ସ୍ୱାସ୍ଥ୍ୟ ଟିମ ଦ୍ୱାରା ଯାଂଚ ସମୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ।

ପୌର ଯନ୍ତ୍ରୀ ଅନାଥ ସାହୁ ସଭା କାର୍ୟ୍ୟ ପରିଚାଲନା କରିଥିବା ବେଳେ ପୌର ସ୍ୱାସ୍ଥ୍ୟ ଅଧିକାରୀ ଡା. ଶିଶିର ସାହୁ, ସବଇନ୍ସପେକ୍ଟର ମନୋଜ ମୁଣ୍ଡା, ପୌର ବରିଷ୍ଠ କିରାଣୀ ସାଧୁପ୍ରସାଦ ବେହେରା, ରତନ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ। ସରକାରି ଶିକ୍ଷଣ ପ୍ରତିଷ୍ଠାନ ପ୍ରିନ୍ସିପାଲ ଯୁବରାଜ ମାଝୀ, ବାଳିକା ହାଇସ୍କୁଲ ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ପୁହାଣ, ଡିଏଭି ସ୍ୱୟଂ ଶାସିତ କଲେଜ ଅଧ୍ୟାପକ ଡ.ନନ୍ଦକୁମାର ହୋତା, ଅଭିଜିତ ଘୋଷ, ବିକେ ଦେବତା, ସବ୍ୟାରାଣୀ ସୁନା, ରୋଜାଲି ସେଠୀ, ସୁସ୍ମିତା ପାଣିଗ୍ରାହୀ, ରୋଜିସ୍ମିତା ନାୟକ, ବାଳକ ହାଇସ୍କୁଲ ବିଜ୍ଞାନ ଶିକ୍ଷକ ଅମରେନ୍ଦ୍ର ହୋତା ପ୍ରମୁଖ ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରତିନିଧି ସଭାରେ ସାମିଲ ହେବା ସହ ନିଜ ମତାମତ ପ୍ରଦାନ କରିଥିଲେ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories