www.samajalive.in
Wednesday, December 10, 2025
18.1 C
Bhubaneswar

ସାମାଜିକ ବାସନ୍ଦ ବଢ଼ାଉଛି ଆକ୍ରାନ୍ତଙ୍କ ମାନସିକ ଚାପ, ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେତନତା

ରେଙ୍ଗାଲିକ୍ୟାମ୍ପ : ସାମ୍ପ୍ରତିକ କରୋନା ମହାମାରୀ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି ସତ, କିନ୍ତୁ ବାସ୍ତବିକ ସ୍ଥିତିକୁ ଲକ୍ଷ୍ୟ କଲେ ଜଣାପଡୁଛି ଯେ ସେହି ଭୟ କିଛି ଅନ୍ଧବିଶ୍ୱାସ ବି ଭରିଦେଇଛି ଲୋକଙ୍କ ମନରେ। ଲୋକ ନିଜେ ସଚେତନ ହେବା ପରିବର୍ତ୍ତେ ଆକ୍ରାନ୍ତ ଲୋକଙ୍କ ପ୍ରତି ଏକ ପ୍ରକାର ଘୃଣା ଭାବ ପୋଷଣ କରି ସେମାନଙ୍କୁ ସାମାଜିକ ବାସନ୍ଦ କରୁଛନ୍ତି। ଯାହା ଆକ୍ରାନ୍ତ ରୋଗୀଙ୍କ ମନରେ ମାନସିକ ଚାପ ପକାଇ ତାକୁ ଭଲ ହେବା ପାଇଁ ଦୀର୍ଘ ସମୟ ଲାଗୁଛି। କରୋନାରେ ଆକ୍ରାନ୍ତ ହୋଇ କାହାର ମୃତ୍ୟୁ ହେଲେ ସେଇ ଖବର ଚାରିଆଡେ କ୍ଷୀପ୍ର ଗତିରେ ପ୍ରଚାରିତ ହୋଇ ଲୋକଙ୍କୁ ଭୟଭୀତ କରୁଛି। କିନ୍ତୁ ଏହାର ଅନ୍ୟ ଦିଗ ପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି ଯେ କରୋନାରେ ଆକ୍ରାନ୍ତ ହୋଇ ଉପଯୁକ୍ତ ସଚେତନତା ଅବଲମ୍ବନ କରିବା ସହ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା କରାଇ ହଜାର ହଜାର ଲୋକ ଭଲ ହୋଇଛନ୍ତି। ଏହି ମହାନ୍ ଉଦ୍ଦେଶ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଜି ଗାଁମାନଙ୍କରେ ରହିଥିବା ଗାଁ କଲ୍ୟାଣ ସମିତି ଜୋର୍ ଧରିଛି । ଆକ୍ରାନ୍ତ ବ୍ୟକ୍ତିଙ୍କୁ ଘୃଣା ବା ବାସନ୍ଦ ନକରି ସାମାଜିକ ଦୂରତା ରକ୍ଷା କରିବା ସହ ସେମାନଙ୍କ ମନରେ ସାହସ ବାନ୍ଧିବା, ଉପଯୁକ୍ତ ସମୟରେ ପରୀକ୍ଷା କରାଇ ରୋଗ ଚିହ୍ନଟ ହେଲା ପରେ ଉପଯୁକ୍ତ ଚିକିତ୍ସା ପାଇଁ ସେମାନଙ୍କୁ ରାସ୍ତା ଦେଖେଇବା ଆମର କର୍ତ୍ତବ୍ୟ ବୋଲି ଲୋକଙ୍କୁ ଜାଗ୍ରତ କରାଉଛନ୍ତି ଏହି ସମିତିର ସଦସ୍ୟ ସଦସ୍ୟାମାନେ।

ଏହି ମହାନ୍ ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଘରର କାନ୍ଥ ମାନଙ୍କରେ ପୋଷ୍ଟର ଲଗାଇବା,  ସଚେତନତା ଗୀତ ଗାଇବା, ସ୍ଲୋଗାନ ଦେବା ଆଦି ମାଧ୍ୟମରେ ଅତାବିରାର ଟାମ୍ପରସରା ,ଦେଶ ଭଟଲି,  ସାଲାନା, ଉଦେପୂର, ପଥର୍ଲ୍ଲା, ବୁଗୁବୁଗା ଆଦି ଗାଁମାନଙ୍କରେ, ଘର ଘର ବୁଲି ଗାଁ କଲ୍ୟାଣ ସମିତିର ସଭାପତି, ଆବାହିକା ତଥା ସଭ୍ୟମାନେ ସାମାଜିକ ଦୂରତା ରକ୍ଷା କରି କଟକଣା ନିୟମ ମାନିବାକୁ ସଚେତନତା ରାଲି କରୁଛନ୍ତି । ଏହି ରାଲିରେ ଅଙ୍ଗନୱାଡି କର୍ମୀ ରୀନା ଦନ୍ତା, ଯଶୋବନ୍ଟି ସାହୁ, ନିଳୀମା ମିଶ୍ର, ହରିପ୍ରୀୟା ମଟାରି, ନଳିନୀ ଖମାରୀ, ଆଶା କର୍ମୀ ସନ୍ତୋଷନି ପର୍ଡିଆ, ସୁନାଫୁଲ ଧରେଇ, ମୁକ୍ତା ଦନ୍ତା, ବାସନ୍ତୀ ବରିହା, ଅହଲ୍ୟା ବିଶ୍ଵାଳ, ଉପାସି ଭୋଇ, ସୁବାସିନି ମେହେର ପ୍ରମୁଖ ଯୋଗ ଦେଇଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories