ଚନ୍ଦ୍ରଶେଖରପୁର: ରାଜୀବ ଆବାସ ଯୋଜନାରେ ନାମ ଆସିଥିଲା। ଏଥିପାଇଁ ଆବଶ୍ୟକ ଅର୍ଥ ତିେନାଟି କିସ୍ତିରେ ଜମା କରିଥିଲେ। ମାତ୍ର ଦାୟିତ୍ବରେ ଥିବା ଅଧିକାରୀଙ୍କୁ ହାତଗୁଞ୍ଜା ନ ଦେବାରୁ ତାଙ୍କୁ ଘର ମିଳୁନାହିଁ ବୋଲି ଅଭିେଯାଗ କରିଛନ୍ତି ଶରତ ମଲ୍ଲିକ। ବାରମ୍ବାର ବିଏମ୍ସି ଉତ୍ତର ମଣ୍ଡଳ କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ହେବା ପରେ ଶେଷରେ ଆତ୍ମାହୁତି ପାଇଁ ଚେତାବନୀ ଦେଇଛନ୍ତି ଶରତ। ବିଏମ୍ସି ୯ ନମ୍ବର ୱାର୍ଡ ଅରବିନ୍ଦ ନଗର ବସ୍ତିରେ ୧୫ବର୍ଷ ଧରି ପରିବାର ସହ ରହୁଛନ୍ତି ଶରତ। ରୋଗୀଣା ପତ୍ନୀ ଉର୍ମିଳା ଏକମାତ୍ର ଝିଅ ମଧୁସ୍ମିତାଙ୍କୁ ନେଇ ଶରତଙ୍କ ସଂସାର। ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ସର୍ଭେ ରିପୋର୍ଟରେ ଶରତଙ୍କ ନାମ ୧୬୪ରେ ରହିଛି। ପୂର୍ବରୁ ସମସ୍ତଙ୍କୁ ରାଜୀବ ଆବାସ ଯୋଜନାରେ କୋଠାଘର ଯୋଗାଇ ଦେବାକୁ ଘୋଷଣା କରାଯାଇଥିଲା। ସର୍ଭେରେ ଥିବା ଅରବିନ୍ଦ ନଗର ଓ ତାରିଣୀ ବସ୍ତିର ୧୩୭ ଘରକୁ ଥଇଥାନ ପାଇଁ ୨୦୨୦ ଡିସେମ୍ବର ସୁଦ୍ଧା ଘରପିଛା ଏକକାଳୀନ ୧ଲକ୍ଷ ୨୦ହଜାର ଟଙ୍କା ଜମା କରିବାକୁ କୁହାଯାଇଥିାଲ। ଏକକାଳୀନ ଏତେଗୁଡ଼ାଏ ଟଙ୍କା ଜମାକରିବା ଶରତଙ୍କ ପାଖରେ ସମ୍ଭବ ହୋଇନଥିଲା। ଧାର କରଜ କରି ଟଙ୍କା ଯୋଗାଡ଼ କରିବା ପରେ ବିଏମ୍ସି କର୍ମଚାରୀ ପ୍ରଶାନ୍ତ କୁମାର ରାଉତଙ୍କ ସହାୟତାରେ ତିେନାଟି କିସ୍ତିରେ ୧ଲକ୍ଷ ୨୦ହଜାର ଟଙ୍କା ଜମା କରିଥିଲେ। ଅରବିନ୍ଦ ନଗରର ଅନ୍ୟ ହିତାଧିକାରୀ େକାଠାଘର ପାଇସାରି ସେଠାରେ ବସବାସ କରିବା ଆରମ୍ଭ କରିଥିଲାବେଳେ ଶରତଙ୍କୁ ଘର ମିଳିନାହିଁ। ହେଲେ କିଛି କର୍ମଚାରୀଙ୍କୁ ହାତଗୁଞ୍ଜା ନଦେଇ ପାରିବାରୁ ରୋଗୀଣା ପରିବାକୁ ମୁଣ୍ଡେଇ ଶରତ ଏବେ ବିଏମ୍ସି, ବିଡିଏ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି।
ଅପରପକ୍ଷେ କୋଭିଡ କଟକଣା ଆଳରେ ତାଙ୍କୁ ବରିଷ୍ଠ ଅଧିକାରୀଙ୍କୁ ଭେଟିବାକୁ ଦିଆଯାଉ ନାହିଁ। ଫଳରେ ଦିନତମାମ ଛିଡ଼ା ହୋଇ ଶେଷରେ ଘରକୁ ଫେରୁଛନ୍ତି। ସବୁଆଡୁ ନିରାଶ ହେବା ପରେ ପରିବାର ସହ ଶରତ ଏବେ ବିଏମ୍ସି ଉତ୍ତର ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।



