www.samajalive.in
Monday, December 8, 2025
20.1 C
Bhubaneswar

ମଧୁସେତୁରେ ବାଲି ଜମି ଦୁର୍ଘଟଣା ବୃଦ୍ଧି

ଗୁରୁଡିଝାଟିଆ: ରୌପ୍ୟ ନଗରୀ କଟକ ସହରରୁ ନୂଆପାଟଣାକୁ ମହାନଦୀରେ ସଂଯୋଗ କରୁଥିବା ମଧୁସେତୁ ଏବେ ଦୁର୍ଘଟଣାର ଏକ ପ୍ରମୁଖ ସ୍ଥଳ ପାଲଟିଛି। ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ରାସ୍ତାପାର୍ଶ୍ବରେ ଜମି ରହିଥିବା ବାଲିର ଆସ୍ତରଣ। ରାସ୍ତାର ଉଭୟପାର୍ଶ୍ବରେ ୬ଫୁଟ ଚଉଡା ଓ ୬ଇଞ୍ଜ ମୋଟାର ବାଲି ଜମି ରହିଛି। ଯାହାଫଳରେ କି ଭାରୀଯାନ ଯାତାୟାତ ସମୟରେ ବାଇକଚାଳକମାନେ ବାଲିରେ ଖସିଯାଇ ଭାରସାମ୍ୟହରାଇ ଦୁର୍ଘଟଣାର ଶିକାର ହେଉଛନ୍ତି। ଅନେକଙ୍କ ଜୀବନଦୀପ ଲିଭିଗଲାଣି। ଆଉ କେହି କେହି ଦୁର୍ଘଟଣାରେ ଗୁରୁତର ମଧ୍ୟ ହେଉଛନ୍ତି। ଏଭଳି ଦୁର୍ଘଟଣାମାନେ ଦୈନନ୍ଦିନ ଘଟୁଛି। ହେଲେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ।

କଟକ ଭୂବନେଶ୍ୱରକୁ ପଶ୍ଚିମ ଓଡିଶାରୁ ଯାତାୟାତ ପାଇଁ ଉକ୍ତ ସେତୁ ସ୍ୱଳ୍ପ ଦୂରତା ହୋଇଥିବାରୁ ଶହ ଶହ ସଂଖ୍ୟାରେ ଗାଡି ଯାଉଛି। ସେତୁର ଉଭୟପାର୍ଶ୍ବରେ ପରସ୍ତ ପରସ୍ତ ହୋଇ ଛଅଫୁଟ ପର୍ଯ୍ୟନ୍ତ ଲମ୍ବି ରହିଥିବା ବାଲିର ଆସ୍ତରଣକୁ ଜିଲ୍ଲାର ମୁଖିଆ ଦେଖୁନାହାନ୍ତି ତା ନୁହେଁ, ନଦେଖି ଦେଖିଲା ଭଳି ଦୃଷ୍ଟି ପକାଉନାହାନ୍ତି। ଜିଲ୍ଲା ପ୍ରଶାସନ ମୁଖ୍ୟଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ମୁଖ୍ୟ ଯନ୍ତ୍ରୀମାନେ ଏହି ରାସ୍ତା ଦେଇ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଛନ୍ତି। ହେଲେ ସେମାନଙ୍କ ନିଘା କାହିଁକି ପଡୁନାହିଁ ତାହା ପ୍ରଶ୍ନ ସୃଷ୍ଟିକରିଛି। ଅପରପକ୍ଷରେ ସାଧାରଣ ଲୋକେ ଭିନ୍ନ ଢଙ୍ଗରେ କହିବାକୁ ପଛାଉନାହାନ୍ତି। ବାଇକ ଚାଳକ ବା ସାଇକେଲ ଆରୋହୀ ହତାହତ ହେଲେ ବିଭାଗୀୟ ଅଧିକାରୀ ଓ ପ୍ରଶାସନର କୌଣସି ପ୍ରକାର ଚିନ୍ତା ନଥିବାରୁ ବାଲି ସେତୁ ଉପରୁ ନିଷ୍କାସନ କରିବାର ବ୍ୟବସ୍ଥା କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories