www.samajalive.in
Saturday, December 6, 2025
26.1 C
Bhubaneswar

ଆଉ୨୧୩୮ ନୂଆ ପଜିଟିଭ୍ ଚିହ୍ନଟ ; ସ୍ଥାନୀୟ ଆକ୍ରାନ୍ତ ୮୮୭

ଭୁବନେଶ୍ୱର : ଶୁକ୍ରବାର ରାଜ୍ୟରୁ ଆଉ ୨ ହଜାର ୧୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧ ହଜାର ୨୫୧ ସଙ୍ଗରୋଧ କେନ୍ଦ୍ରରୁ ଓ ୮୮୭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୪,୧୪୯ରେ ପହଞ୍ଚିଛି। ୨,୩୮,୫୩୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୪,୪୫୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୬୧ , କଟକରୁ ୧୫୬ ଓ ଗଜପତିରୁ ସର୍ବନିମ୍ନ ୮। ଅନୁଗୁଳରୁ ୧୫୧, ବାଲେଶ୍ୱର ୫୭, ବରଗଡ଼ ୭୩, ଭଦ୍ରକ ୪୭, ବଲାଙ୍ଗୀର ୭୯, ବୌଦ୍ଧ ୨୧, ଦେଓଗଡ଼ ୯, ଢେଙ୍କାନାଳ ୩୮, ଗଞ୍ଜାମ ୧୮, ଜଗତସିଂହପୁର ୬୬, ଯାଜପୁର ୭୧, ଝାରସୁଗୁଡ଼ା ୫୫, କଳାହାଣ୍ଡି ୫୧, କନ୍ଧମାଳ ୨୪, କେନ୍ଦ୍ରାପଡ଼ା ୭୨, କେନ୍ଦୁଝର ୪୬, କୋରାପୁଟ ୩୮, ମାଲକାନଗିରି ୫୫, ମୟୁରଭଞ୍ଜ ୧୧୯, ନବରଙ୍ଗପୁର ୨୧, ନୟାଗଡ଼ ୩୧, ନୂଆପଡ଼ା ୪୧, ପୁରୀ ୭୩, ରାୟଗଡ଼ା ୨୫, ସମ୍ବଲପୁର ୫୩, ସୋନପୁର ୮୦, ସୁନ୍ଦରଗଡ଼ ୧୩୭, ଷ୍ଟେଟ ପୁଲରୁ ୬୨ ଚିହ୍ନଟ ହୋଇଛନ୍ତି।

- Advertisement -

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories