ଭଦ୍ରକ : ଭଦ୍ରକ ସ୍ଥିତ ଆରଡି ଆଖଣ୍ଡଳମଣି ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ। ଆସନ୍ତା ୧୭ ତାରିଖ ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଗୁରୁବାର ଜଣାପଡିଛି। ଆଜି ଦିନ ୧୨ଟାରୁ ଆସନ୍ତା ୧୭ ସନ୍ଧ୍ୟା ୬ଟା ଯାଏଁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ପାଇଁ ବାରଣ କରାଯାଇଛି। କେବଳ ରୀତିନୀତି ଅନୁସାରେ ସେବାୟତ ପୂଜାର୍ଚ୍ଚନା କରିବେ। ଜଣେ ସେବାୟତ ପଜିଟିଭ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ଦିରର ସବୁ ସେବାୟତଙ୍କ କୋଭିଡ ଟେଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି।
ଆସନ୍ତା ୧୭ ଯାଏଁ ଆଖଣ୍ଡଳମଣି ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ
Popular Categories



