www.samajalive.in
Thursday, December 11, 2025
23.1 C
Bhubaneswar

ଆରମ୍ଭ ହେଲା ‘କୋପ୍‍-୨୪’ ଜଳବାୟୁ ଶିଖର ସମ୍ମିଳନୀ

କାଟେୱିସ(ପୋଲାଣ୍ଡ) : ‘କୋପ୍‍-୨୪’ ଜଳବାୟୁ ଶିଖର ସମ୍ମିଳନୀ ପୋଲାଣ୍ଡର କୋଇଲା ନଗରୀ କାଟେୱିସରେ ଆରମ୍ଭ ହୋଇଛି। କୋଇଲା ଭଳି ପ୍ରଦୂଷଣକାରୀ ଇନ୍ଧନ ବ୍ୟବହାରକୁ କମ୍‍ କରି ବିଶ୍ୱର ତାପମାତ୍ରା ହ୍ରାସ କରିବା ପାଇଁ ୨୦୧୫ରେ ପ୍ୟାରିସ୍‍ଠାରେ ଯେଉଁ ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ତାହାର ପରିପାଳନରେ ସୃଷ୍ଟି ହୋଇଥିବା ମତଭେଦ ଦୂର କରିବାପାଇଁ ଏଠାରେ ଉଦ୍ୟମ ଆରମ୍ଭ ହୋଇଛି। ପ୍ରାୟ ୨୦୦ ରାଷ୍ଟ୍ରର ପ୍ରତିନିଧି ଜାତିସଂଘ ପକ୍ଷରୁ ଏ ସମ୍ପର୍କରେ ଆୟୋଜିତ  ବୈଠକରେ ଭାଗ ନେଇଛନ୍ତି । ଫିଜିର ପ୍ରଧାନମନ୍ତ୍ରୀ ଫ୍ରାଙ୍କ୍‍ ବେନିମାରାମା ଗତକାଲି ଜାତିସଂଘର ଏହି ଜଳବାୟୁ ଶିଖର ସମ୍ମିଳନୀକୁ ଉଦ୍‍ଘାଟନ କରିଛନ୍ତି। ପୋଲାଣ୍ଡ୍‍ର ପରିବେଶ ବିଭାଗ ଉପମନ୍ତ୍ରୀ ମିଚାଲ୍‍ କୁର୍ଟିକା ଏଥିରେ ଅଧ୍ୟକ୍ଷତା କରୁଛନ୍ତି।
‘କୋପ୍‍-୨୪’ ନାମରେ ନାମିତ ଏହି ଜଳବାୟୁ ସମ୍ମିଳନୀ ପ୍ୟାରିସ୍‍ ଘୋଷଣାନାମାକୁ କାର୍ଯ୍ୟକାରୀ କରିବାକୁ ଏକ ପ୍ରସ୍ତାବ ଗ୍ରହଣ କରିବ ବୋଲି ଆଶା କରାଯାଏ। ଏବେ ବିଶ୍ୱରେ ପରିବେଶକୁ କ୍ଷତି ପହଞ୍ଚାଉଥିବା ବାଷ୍ପ ନିର୍ଗମନ ହାର ଯଥେଷ୍ଟ ବଢ଼ିଯାଇଥିବାରୁ ପରିସ୍ଥିତି ଚିନ୍ତାଜନକ ହୋଇ ପଡିଛି। ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ସରକାର କହିଛନ୍ତି ଜଳବାୟୁ ପରିବର୍ତ୍ତନ ସମସ୍ୟାର ଫଳପ୍ରଦ ମୁକାବିଲା ପାଇଁ ପ୍ରତିଶ୍ରୁତିବଦ୍ଧ ଭାରତ ଭଳି ଦେଶଗୁଡ଼ିକ ସକାଶେ ଏହି ସମ୍ମିଳନୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories