www.samajalive.in
Monday, December 8, 2025
14.1 C
Bhubaneswar

ମାଡ଼ି ଚାଲିଛି ମହାମାରୀ: ମୁକୁଳା ଯୁଦ୍ଧକ୍ଷେତ୍ର, ବିନା ଅସ୍ତ୍ରେ ମୁକାବିଲା

କୋରାପୁଟ : ମାଳଭୂମିରେ ମାଡ଼ି ଚାଲିଛି ମହାମାରୀ। ମାର୍ଚ୍ଚ ମାସ ଶେଷ ସପ୍ତାହ ଆଡ଼କୁ ଗୋଟିଏ ଦୁଇଟି ମାମଲାରୁ ଆରମ୍ଭ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ଏବେ ଚାରିଗୋଟି ଆଦିବାସୀ ଅଧ୍ୟୁଷିତ ଜିଲାରେ ପ୍ରାୟ ହଜାରେ ଛୁଇଁଲାଣି। ଲକ୍‍ଡାଉନ, ସଟଡାଉନ ଭଳି କଟକଣା ସତ୍ତ୍ବେ ମହାମାରୀର ଗତିକୁ ରୋକି ହେଉନାହିଁ। ଚିନ୍ତା ବଢ଼ାଇଛି ସ୍ଥାନୀୟ ସଂକ୍ରମଣ। ଆଜିପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା ସବୁ ସ୍ତରରେ କୁହାଯାଉଛି, ତଥାପି ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଥିବାରୁ ଚାରି ଜିଲା ପ୍ରଶାସନର ଚିନ୍ତା ବଢ଼ିଛି। ପ୍ରଶାସନ ଓ ପୁଲିସ ବିଭାଗ ସହ ଚାରି ଜିଲାର ସ୍ୱାସ୍ଥ୍ୟ ବିଭାଗ ମହାମାରୀ ସଂକ୍ରମଣ ରୋକିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି। ତଥାପି ଅମାନିଆ ଓ ଗଳା ବାଟର ଫାଇଦା ଚିନ୍ତାଧାରା ହିଁ ସଂକ୍ରମଣ ହାର ବୃଦ୍ଧି ଘଟାଉଥିବା ଅନୁମାନ କରି ହେଉଛି। ବିନା ଅସ୍ତ୍ରରେ(ଏନ-୯୫ ମାସ୍କ, ଗ୍ଲୋବସ, ପିପିଇ କିଟ) କରୋନା ଯୋଦ୍ଧା ରଣକ୍ଷେତ୍ରରେ କରୋନା ଭଳି ଅଦୃଶ୍ୟ ଶତ୍ରୁକୁ ମୁକାବିଲା କରୁଥିବା ଯୋଗୁଁ ସଂକ୍ରମଣ ବଢ଼ୁଥିବା ଅଭିଯୋଗ ହେଉଛି।

ଜୁଲାଇ ମାସରେ ଅଧିକାଂଶ କରୋନା ଯୋଦ୍ଧାଙ୍କୁ ମହାମାରୀ ସଂକ୍ରମିତ କରିଥିବା ଜଣାଯାଇଛି। ଗତ ୧୭ତାରିଖରେ କୋରାପୁଟ ଜିଲାରେ ୧୨ଜଣ କରୋନା ଯୋଦ୍ଧା କରୋନା ସଂକ୍ରମିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଦୁଇଜଣ ସ୍ୱାସ୍ଥ୍ୟ କର୍ମଚାରୀ, ଦୁଇଜଣ ଅଗ୍ନିଶମ କର୍ମଚାରୀ ଥିଲେ। ପୂର୍ବରୁ ମଧ୍ୟ ୧୧ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିଲେ। ବୈପାରିଗୁଡ଼ା ଓ ବୋରିଗୁମ୍ମା ଅଞ୍ଚଳର ସ୍ୱାସ୍ଥ୍ୟ କର୍ମଚାରୀ ଓ ପୁଲିସ ବିଭାଗର ଜଣେ ଅଧିକାରୀଙ୍କ ସହ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ଗତକାଲି ପୁଣି ୫ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ଜଣେ ସ୍ୱାସ୍ଥ୍ୟ ଓ ଚାରିଜଣ ପୁଲିସ କର୍ମଚାରୀ ଅଛନ୍ତି। ଆଜି ପୁଣି ଚାରିଜଣ ସ୍ୱାସ୍ଥ୍ୟକର୍ମୀ ଏବଂ ଜଣେ ସୁରକ୍ଷା କର୍ମୀ କରୋନା ସଂକ୍ରମିତ ହୋଇଛନ୍ତି। ଆଜିସୁଦ୍ଧା ମୋଟ ୩୨ଜଣ ଯୋଦ୍ଧା କରୋନା ସଂକ୍ରମିତ ହୋଇଛନ୍ତି। ଆଜିସୁଦ୍ଧା କୋରାପୁଟ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ପାର୍‍ କରିଛି। ବର୍ତ୍ତମାନ ୨୦୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବାବେଳେ ୧୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି। ସେହିପରି ରାୟଗଡ଼ା ଜିଲାରେ ପ୍ରାୟ ୧୦ରୁ ୧୫ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଆଟେଣ୍ଡାଣ୍ଟ, ସଫେଇ କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ ଆକ୍ରାନ୍ତ ଥିବା ଜଣାଯାଇଛି। ରାୟଗଡ଼ା ଜିଲାରେ ଆଜିସୁଦ୍ଧା ୧୯୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୩୬ଜଣ ସୁସ୍ଥ ହୋଇଥିବା, ୫୮ଜଣ ଚିକିତ୍ସିତ ହେଉଥିବା ଜଣାଯାଇଛି। ମାଲକାନଗିରି ଜିଲାରେ କରୋନା ଯୋଦ୍ଧା ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୫୦ରୁ ଊର୍ଦ୍ଧ୍ବ ହେବ ବୋଲି ଜଣାଯାଇଛି। ଆଜିସୁଦ୍ଧା ୨୯୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୪୪ଜଣ ଚିକିତ୍ସିତ ହେଉଥିବା ଓ ୧୫୨ଜଣ ସୁସ୍ଥ ହୋଇ ଫେରିଯାଇଥିବା ଜଣାଯାଇଛି। ନବରଙ୍ଗପୁର ଜିଲାରେ ପ୍ରାୟ ୬ରୁ ଊର୍ଦ୍ଧ୍ବ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଆଜିସୁଦ୍ଧା ମୋଟ ୧୫୭ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୯ଜଣ ଚିକିତ୍ସାଧିନ ଥିବା ଓ ୧୨୭ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ଏହି ଯୋଦ୍ଧାଙ୍କ ଭଳି ଚାରି ଜିଲାରେ ନିୟୋଜିତ ସଫେଇ କର୍ମଚାରୀ ମଧ୍ୟ ବିନା ଅସ୍ତ୍ରରେ ଆଜିପର୍ଯ୍ୟନ୍ତ କରୋନା ମୁକାବିଲା କରୁଥିବା ଲକ୍ଷ୍ୟ କରାଯାଉଛି।

- Advertisement -

ଏ ଭିତରେ ଆସନ୍ତାକାଲିଠାରୁ ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ଦୁଇଦିନ ପାଇଁ ସଟଡାଉନ ଘୋଷଣା କରାଯାଇଥିବାବେଳେ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ସାତଦିନ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି। ରଣକ୍ଷେତ୍ରରେ ଅବତୀର୍ଣ୍ଣ କରୋନା ଯୋଦ୍ଧାଙ୍କ ସୁରକ୍ଷା ଓ ସଚେତନତାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ଅମାନିଆଙ୍କୁ ସାବାଡ଼ କରାଯିବାକୁ ମତପ୍ରକାଶ ପାଉଛି। ଅନ୍ୟପକ୍ଷରେ କୋରାପୁଟ ସହିଦ୍‍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ମ୍ୟାନେଜରଙ୍କ ସୂଚନା ଅନୁଯାୟୀ ସବୁ ୱାର୍ଡ ଓ ଡାକ୍ତରଙ୍କୁ ଏନ-୯୫ ମାସ୍କ ପ୍ରଦାନ କରାଯାଇଛି। ସେହିପରି ପୁଲିସ ବିଭାଗ ପକ୍ଷରୁ କୋରାପୁଟ ଡିଏସପିଙ୍କ ସୂଚନା ଅନୁଯାୟୀ ପୁଲିସ କର୍ମଚାରୀଙ୍କୁ ଗ୍ଲୋବସ ପ୍ରଦାନ କରାଯାଉଥିବା ଓ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଥିବା ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories