www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପି ବିରୋଧରେ ରାଷ୍ଟ୍ରପତିଙ୍କୁ ଚିଠି ନେଇ ବିବାଦ, ପୂର୍ବତନ ସେନା ଅଧିକାରୀଙ୍କ ମଧ୍ୟରେ ମତଭେଦ

ନୂଆଦିଲ୍ଲୀ : ସେନାକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବା ପ୍ରତିବାଦରେ ରାଷ୍ଟ୍ରପତିଙ୍କ ନିକଟକୁ ପୂର୍ବତନ ସେନା ଅଧିକାରୀଙ୍କ ଦ୍ୱାରା ଚିଠି ଲେଖାଯିବା ଘଟଣା ଏବେ ବିବାଦ ଘେରକୁ ଚାଲିଯାଇଛି। କେତେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ୧୫୯ ଜଣ ପୂର୍ବତନ ସେନା ଅଧିକାରୀ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ହେଲେ ଏହାକୁ ନେଇ ସେନାର ପୂର୍ବତନ ଅଧିକାରୀଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଛି। ପୂର୍ବତନ ସେନା ମୁଖ୍ୟ ଏସ୍‍.ଏଫ ରୋଡ୍ରିଗିସ୍‍ ଏବଂ ପୂର୍ବତନ ବାୟୁସେନା ଏୟାର ଚିଫ ମାର୍ଶାଲ ଏନ୍‍ସି ସୁରୀ ଏଭଳି କୌଣସି ଚିଠିକୁ ନେଇ ସହମତି ଜଣାଇନଥିବା କହିଛନ୍ତି। ଅପରପକ୍ଷରେ ମେଜର ଜେନେରାଲ ହର୍ଷ କକ୍କଡ଼, ପୂର୍ବତନ ସେନା ମୁଖ୍ୟ ଶଙ୍କର ରାୟ ଚୌଧୁରୀ ଚିଠି ଲେଖାଯିବା କଥାକୁ ସ୍ୱୀକାର କରିଛନ୍ତି।
ଉଲ୍ଳେଖଯୋଗ୍ୟ ଯେ ପୂର୍ବତନ ସେନା ଅଧିକାରୀଙ୍କ ନାମରେ ପ୍ରସାରିତ ହେଉଥିବା ଏହି ଚିଠିରେ ପ୍ରଥମ ନାମ ପୂର୍ବତନ ସେନା ମୁଖ୍ୟ ଏସ୍‍.ଏଫ ରୋଡ୍ରିଗିସଙ୍କ ରହିଛି। ସେପଟେ ରାଷ୍ଟ୍ରପତି ଭବନ ସୂତ୍ରରୁ ଏଭଳି କୌଣସି ଚିଠି ମିଳିନଥିବା କୁହାଯାଇଛି। ସେହିପରି ପୂର୍ବତନ ଉପସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନରାଲ ଏମ୍‍.ଏଲ ନାଇଡୁ କହିଛନ୍ତି ଯେ ଏଭଳି କୌଣସି ଚିଠି ନେଇ ସେ ସହମତି ଦେଇନାହାନ୍ତି।
ଏଠାରେ ପ୍ରକାଶଯୋଗ୍ୟ ଯେ ପୂର୍ବତନ ସେନା ଅଧିକାରୀଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କ ନିକଟକୁ ଏକ ଚିଠି ଲେଖାଯାଇଥିବା କେତେକ ଗଣମାଧ୍ୟମ ୱେବସାଇଟରେ ଦାବି କରାଯାଇଛି। ଏହି ଚିଠିରେ ସେନାକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବା ଏବଂ ଭାଷଣରେ ମୋଦୀ ସେନା ଭଳି ମନ୍ତବ୍ୟ ଉପରେ ଆପତ୍ତି ଜଣାଯାଇଥିବା ଉଲ୍ଲେଖ କରାଯାଇଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories