www.samajalive.in
Thursday, December 11, 2025
16.1 C
Bhubaneswar

ଶିକ୍ଷକଙ୍କୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହେଲା କଂଗ୍ରେସ

କଲମପୁର: ଶିକ୍ଷାଦାନ ଭଳି ମହତ୍‌‌ ଦାନରେ ନିୟୋଜିତ ଶିକ୍ଷକ ନିଜ ନ୍ୟାର୍ଯ୍ୟ ଦାବୀ ପାଇଁ ଏବେ ରାଜ ରାସ୍ତାରେ। ରାଜ୍ୟର ଅଗଣିତ କୋମଳମତି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଏବେ ଅନ୍ଧାରକୁ ଠେଲି ହୋଇଯାଉଛି। କିନ୍ତୁ ସରକାର ଏହାକୁ ଅଣଦେଖା କରୁଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ନୀତି ବିପର୍ଯ୍ୟସ୍ତ। ‘ସମସ୍ତେ ପଢ଼ିବେ ସମସ୍ତେ ବଢ଼ିବେ’ ଏହି ସ୍ଲୋଗାନ କେବଳ ସ୍ଲୋଗାନ ହୋଇ ରହିଯାଇଛି। ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ସମସ୍ତ ବିଦ୍ୟାଳୟରେ ତାଲା ଝୁଲୁଛି। ଗରିବଙ୍କ ପିଲା ଏବେ ଗିଲି ଦଣ୍ଡା ଖେଳିବାରେ ବ୍ୟସ୍ତ। ସେମାନଙ୍କ ପାଠ ଘର ଏବେ ଶୂନ ହୋଇ ସାରିଲାଣି। କିନ୍ତୁ ସରକାର ଏବଂ ଆମ ନିର୍ବାଚିତ ପ୍ରତିନିଧି ନିରବ ଦର୍ଶକ। ପ୍ରଶାସନ କୁମ୍ଭକର୍ଣ୍ଣ ନିଦରେ ବୋଲି କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଡାକାରେ ତିନି ଦଫା ଦାବୀ ପୁରଣ ନେଇ ଚାଲିଥିବା ଶିକ୍ଷକ ସଂଘର ଗଣଧାରଣା ଆନ୍ଦୋଳକୁ ସମର୍ଥନ କରି ସାମିଲ ହୋଇଥିବା କଂଗ୍ରେସ ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି।

ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଦିଗାମ୍ବର ଦୁରିଆଙ୍କ ନେତୃତ୍ୱରେ ପୂର୍ବତନ ସମିତି ଅଧ୍ୟକ୍ଷ ବିପିନ ବିହାରୀ ପ୍ରଧାନୀ, ପୂର୍ବତନ ସରପଞ୍ଚ ଚତୁର୍ଭୁଜ ପଣ୍ଡା, ଡାକେଶ୍ୱର ଲହଜଲ, ରତନ ନାଏକ, ଗଣେଶ ନାଗ, ଜଗନ୍ନାଥ ନାଏକ ପ୍ରମୁଖ କଂଗ୍ରେସ ନେତୃମଣ୍ଡଳି ତିନ ଦଫା ଦାବୀ ପୁରଣ ନେଇ ଗଣଧାରଣା ଆନ୍ଦୋଳନ ଜାରି ରଖିଥିବା ଶିକ୍ଷକ ସଂଘର ଆନ୍ଦୋଳନକୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହେଇଥିଲେ। ଏ ଅବସରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶିକ୍ଷାନିତୀକୁ ତିବ୍ର ସମାଲୋଚନା କରିବା ସହ ରାଜରାସ୍ତାରେ ଶିକ୍ଷାଦାନ ଭଳି ମହତ ଦାନରେ ନିୟୋଜିତ ଶିକ୍ଷକଙ୍କ ଏଭଳି ଦୟନୀୟ ଅବସ୍ଥା ପାଇଁ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ କୋମଳମତୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟି ଦେଇ ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବୀ ପୁରଣ କରିବା ପାଇଁ ଦାବୀ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories