www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ରୋଗୀଙ୍କ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଦାବିରେ ଜିଲା କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର: ବଲାଙ୍ଗିର ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଛି। ପ୍ରତିଦିନ ପ୍ରାୟ ସମସ୍ତ ୱାର୍ଡରୁ ଏକାଧିକ ରୋଗୀ କରୋନା ସଂକ୍ରମିତ ହେଉଥିବା ରିପୋର୍ଟ ଆସୁଛି। କିନ୍ତୁ ଜିଲାରେ କରୋନା ରୋଗୀଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ନ ଥିବାରୁ ରୋଗୀ ମୃତ୍ୟୁମୁଖରେ ପଡୁଥିବା ଜିଲା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଜିଲାରେ କୋଭିଡ ପରିଚାଳନାରେ ରାଜ୍ୟ ସରକାର ଫେଲ ମାରିଥିବା ବେଳେ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବା ଦାବିରେ ବୁଧବାର ଜିଲାପାଳ ଅଫିସ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ବଲାଙ୍ଗିର ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା ୩୭୨୫ ରହିଛି। ବର୍ତ୍ତମାନ ସୁଦ୍ଧା ସରକାରୀ ରିପୋର୍ଟ ଅନୁସାରେ ୧୭ ଜଣ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜିଲାରେ ୬୫୫ ଜଣ ରୋଗୀ ଏବେବି ଚିକିତ୍ସିତ ହେଉଛନ୍ତି। ଏମିତିରେ ରୋଗୀ ମାନଙ୍କ ପାଇଁ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ନଥିବାରୁ ରୋଗୀ ମାନେ ନାହିଁନଥିବା ସମସ୍ୟା ଭୋଗୁଥିବା ଜିଲା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ବୁଧବାର ଜିଲା କଂଗ୍ରେସ ସଭାପତି ଦୀଲିପ ବେହେରାଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଜିଲାପାଳ ଅଫିସ ସମ୍ମୁଖରେ ବିଭିନ୍ନ ଦାବି ନେଇ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଜିଲାରେ କରୋନା ପରୀକ୍ଷା ପାଇଁ ପର୍ୟ୍ୟାପ୍ତ ପରିମାଣର ପରୀକ୍ଷା କିଟ ମହଜୁଦ କରାଇବା, ରୋଗୀ ମାନଙ୍କ ପାଇଁ ଭେଣ୍ଟିଲେଟର ଓ ଆଇସିୟୁର ସୁବ୍ୟବସ୍ଥା କରିବା, ଆରଟିପିସିଆର ପରୀକ୍ଷା ରିପୋର୍ଟକୁ ବିଲମ୍ବରେ ପ୍ରକାଶ ନକରି ଶୀଘ୍ର ରିପୋର୍ଟ ପ୍ରଦାନ କରିବା ଓ କିମ୍ସ କୋଭିଡ ଡାକ୍ତରଖାନାରେ ଅମ୍ଲଜାନ ସିଲିଣ୍ଡର ଉପଲବ୍ଧ କରାଇବା ପାଇଁ ଜିଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହା ସହିତ ଜିଲାରେ ଦୁଇ ସପ୍ତାହ ସଟଡାଉନ କରିବା ପାଇଁ ମଧ୍ୟ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ଏହି ବିକ୍ଷୋଭରେ ଜିଲା ସଭାପତିଙ୍କ ସହ ମନୀଷ ମିଶ୍ର, ଅସିତ ମିଶ୍ର, ଚନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ରହିଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories