www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପି ଯୁବମୋର୍ଚ୍ଚାର ହିଂସାକାଣ୍ଡକୁ କଂଗ୍ରେସର ନିନ୍ଦା, ଶାନ୍ତିପ୍ରିୟ ରାଜ୍ୟରେ ଅଶାନ୍ତି ସୃଷ୍ଟି କରୁଛି ବିଜେପି

ଭୁବନେଶ୍ୱର: ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଅଶାନ୍ତିର ବୀଜ ବୁଣୁଛି ବିଜେପି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଓଡ଼ିଶା ବିଜେପି ଯୁବମୋର୍ଚ୍ଚା ଯେଭଳି ବ୍ୟବହାର ପ୍ରଦର୍ଶନ କଲା ଏବଂ କଂଗ୍ରେସ ଭବନ ଆଗରେ ହିଂସାକାଣ୍ଡ ଘଟାଇଲା ତାହା ଅତ୍ୟନ୍ତ ନିନ୍ଦନୀୟ। ଏହା ଦ୍ୱାରା ବିଜେପିର ଅସଲ ଚେହେରା ପଦାରେ ପଡିଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ ଯେ କ୍ଷମତାକୁ ଆସିବାର ମାତ୍ର ଏକ ମାସ ହୋଇଛି, ବିଜେପିର ନେତାମାନେ ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କଲେଣି ତାହା ଘୋର ଚିନ୍ତାର ବିଷୟ। ରାଜ୍ୟ ରାଜଧାନୀରେ ପୋଲିସ ପ୍ରଶାସନ ଉପସ୍ଥିତିରେ ବିଜେପିର କାର୍ଯ୍ୟକର୍ତାମାନେ ଗୁଣ୍ଡାଗର୍ଦ୍ଦି କଲେ। ପୁଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି । ସରକାରୀ ଦଳର ଆଚରଣ ଓ ଉଚ୍ଚାରଣକୁ ରାଜ୍ୟବାସୀ ଦେଖୁଛନ୍ତି ଓ ଆଗାମୀ ଦିନରେ ଓଡ଼ିଶାବାସୀ ଏହାର ଦୃଢ଼ ଜବାବ ଦେବେ। ନିର୍ବାଚନ ସମୟରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ ନକରି ଓଡ଼ିଶାବାସୀଙ୍କୁ ଠକିଚାଲିଛି। କଂଗ୍ରେସ ଭବନ ଆଗରେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆସନ୍ତା ୫ ତାରିଖରେ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ ଅନ୍ୟ କାର୍ଯ୍ୟକର୍ତାମାନେ ଭୁବନେଶ୍ୱର ଡିସିପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବେ।

- Advertisement -

ସାମ୍ବାଦିକ ସମ୍ମିଳନୀରେ ସାଂସଦ ସପ୍ତଗିରି ଉଲ୍ଲାକା କହିଲେ ଯେ ସଂସଦରେ ବିରୋଧୀ ଦଳର କ୍ଷମତା ବୃଦ୍ଧି ଓ ରାହୁଲ ଗାନ୍ଧୀଙ୍କ ଜବାବକୁ ବିଜେପି ନେତାମାନେ ସହିପାରୁନାହାନ୍ତି। ତେଣୁ ସେମାନେ ହିଂସ୍ର ହୋଇପଡ଼ିଛନ୍ତି । ଆମର ନେତା ରାହୁଲ ଗାନ୍ଧୀ ବିଜେପି ଓ ଆରଏସ୍‌ଏସ୍‌ ହିନ୍ଦୁତ୍ୱ ନାମରେ ହିଂସାକାଣ୍ଡ ଘଟାଉଥିବା କହିଥିଲେ। କିନ୍ତୁ ବିଜେପି ନେତାମାନେ ରାହୁଲ ଗାନ୍ଧୀ ପୁରା ହିନ୍ଦୁ ସମାଜକୁ ଆକ୍ଷେପ କରୁଥିବା ମିଥ୍ୟା ଅଭିଯୋଗ ଆଣି ବିଶୃଙ୍ଖଳା ସୃଷ୍ଟି କଲେ । ଓଡ଼ିଶାରେ ବିଜେପି କାର୍ଯ୍ୟକର୍ତାମାନେ ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କଲେ ତାହା ନିନ୍ଦନୀୟ।

ସାମ୍ପ୍ରଦାୟିକତାବାଦ ପାଇଁ ୨୦୦୯ରେ ବିଜେଡି-ବିଜେପି ମେଂଟ ଭାଙ୍ଗିଥିଲା। ବର୍ତ୍ତମାନ ଓଡ଼ିଶାରେ ବିଜେପି ଶାସନକୁ ଆସିବାର ମାସେ ହୋଇଥିବାବେଳେ ପୁଣି ଥରେ ରାଜ୍ୟରେ ସାମ୍ପ୍ରଦାୟିକତାବାଦ ଆଳରେ ହିଂସାକାଣ୍ଡ ସୃଷ୍ଟି କରୁଛି । ତାମିଲ ଶାସନ ହଟାଇବାକୁ ଯାଇ ଓଡ଼ିଶାରେ ଗୁଜୁରାଟ ମଡେଲ ଥୋଇଲେଣି । ସଂସଦରେ ଆମେ ମଣିପୁର ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ପ୍ରସ୍ତାବ ରଖିଥିଲୁ। ସେଠାରେ ୬୦ହଜାର ଲୋକ ଶରଣାର୍ଥୀ ଶିବିରରେ ଘୋର ସମସ୍ୟା ଭିତରେ ଅଛନ୍ତି । ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆମେ ଦାବି କଲୁ।  ମାତ୍ର ଆଉଟର ମଣିପୁରରୁ ବିଜୟୀ ହୋଇଥିବା କଂଗ୍ରେସ ସାଂସଦଙ୍କୁ ସଂସଦରେ କହିବାକୁ ସୁଯୋଗ ଦିଆଗଲା ନାହିଁ ବୋଲି ଶ୍ରୀ ଉଲ୍ଲାକା କହିଛନ୍ତି।

ସେହିପରି ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ.ବିଶ୍ୱରଞ୍ଜନ ମହାନ୍ତି କହିଲେ ଯେ ଏମ୍‌ଏସ୍‌ପିକୁ ଆଇନଗତ କରିବା ପାଇଁ ଆମେ ଦାବି ରଖିଥିଲୁ। କିନ୍ତୁ ସଂସଦରେ ସେ ସମ୍ପର୍କରେ ଆଲୋଚନା କରିବାକୁ ଦିଆଗଲା ନାହିଁ । ଓଡ଼ିଶାରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଏ କେତେବେଳେ କ’ଣ କହୁଛନ୍ତି, ତାହା ସେମାନେ ନିଜେ ମଧ୍ୟ ଜାଣନ୍ତି ନାହିଁ । ତେଣୁ ଚାଷୀଙ୍କୁ ଖରିଫ୍‌ ଋତୁରେ ଏମ୍‌ଏସପି ଦିଆଯିବ କି ରବି ଋତୁରେ ଏମ୍‌ଏସ୍‌ପି ଦିଆଯିବ ତାହା ପଛକଥା। ପ୍ରଥମେ ଚାଷୀଙ୍କୁ ଏମ୍‌ଏସ୍‌ପିର ଆଇନଗତ ଅଧିକାର ପ୍ରଦାନ କରାଯିବା ଆବଶ୍ୟକ। ସେହିପରି ଓଡ଼ିଆ ଅସ୍ମିତାର କଥା କହି ଶାସନକୁ ଆସିଥିବା ବିଜେପି ସରକାର ଓଡ଼ିଶାରେ ଗୁଜୁରାଟ ମଡେଲ ଚଲାଇଲାଣି।

ଖୋଦ୍‌ ବିଜେପି ରାଜ୍ୟ ସଭାପତି ସାମ୍ବାଦିକ ସମ୍ମିଳନୀ ଡାକି ଯେଭଳି ଭାବେ ଆମର ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଲେ ଏବଂ ସେହିଦିନ ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ଆସି ହିଂସାକାଣ୍ଡ ଘଟାଇଲେ ତାହା ଅତ୍ୟନ୍ତ ନିନ୍ଦନୀୟ । ହିନ୍ଦୁ ଧର୍ମ ଅହିଂସା ଉପରେ ବିଶ୍ୱାସ କରେ। କିନ୍ତୁ ହିନ୍ଦୁ ଧର୍ମ ନାମରେ ବିଜେପି ଓ ଆରଏସ୍‌ଏସ୍‌ର କର୍ମକର୍ତା ଯେଭଳି ହିଂସାକାଣ୍ଡ ଘଟାଉଛନ୍ତି ତାହା ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ଡ. ମହାନ୍ତି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ସନତ ଦାଶ ଉପସ୍ଥିତ ଥିଲେ ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories