www.samajalive.in
Saturday, December 6, 2025
14.1 C
Bhubaneswar

ଜାତୀୟ ରାଜପଥ ସମସ୍ୟା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ କଂଗ୍ରେସ ନେତା

ପାଟଣା: ଖଣି ବହୁଳ ଜିଲ୍ଲା କେନ୍ଦୁଝରର ପ୍ରମୁଖ ସମସ୍ୟା ଜାତୀୟ ରାଜପଥର ଦୂରାବସ୍ଥା। ପ୍ରତିଦିନ ଏହି ରାସ୍ତାରେ ହଜାର ହଜାର ସଂଖ୍ୟାରେ ଲୁହା ପଥର ଓ ଅନ୍ୟାନ୍ୟ ଖଣିଜ ଦ୍ରବ୍ୟ ବୋଝେଇ ଭାରିଯାନ ଯୋଡ଼ା-ବଡ଼ବିଲ-କୋଇଡ଼ା ଅଞ୍ଚଳରୁ ପାରାଦୀପ, ହଳଦିଆ,ଧାମରା ବନ୍ଦର ଏବଂ ଦେଶର ଅନେକ ସ୍ଥାନକୁ ପରିବହନ ହୋଇଥାଏ। ଏହି ଅଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥ ନଂ ୨୦ ଓ ୫୨୦ ର ଅବସ୍ଥା ଦୟନୀୟ ହୋଇପଡିଛି। ଜାତୀୟ ରାଜପଥ ୨୦ର ନିର୍ମାଣ କରୁଥିବା ସଂସ୍ଥା ଗାୟତ୍ରୀ କନଷ୍ଟ୍ରକ୍ସନ କାମ ଅଧାପନ୍ତରିଆ କରି ଛାଡ଼ି ଚାଲିଯାଇଥିବା ବେଳେ ଅସମ୍ପୂର୍ଣ୍ଣ ରାଜପଥ ନୂଆ ଠିକା ସଂସ୍ଥା କେବେ ସମ୍ପୂର୍ଣ୍ଣ କରିବ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ସଂଶୟ ସୃଷ୍ଟି ହୋଇଛି । ବାରମ୍ବାର ଜନସାଧାରଣ ଦାବୀ ଓ ଆନ୍ଦୋଳନ କରୁଥିଲେ ମଧ୍ୟ ଏଥିପ୍ରତି ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଏବଂ ପ୍ରମୁଖ ଖଣି ଅଞ୍ଚଳ ଯୋଡ଼ା-ବଡ଼ବିଲ (ଭଦ୍ରାସାହି) କୋଇଡ଼ା ଦେଇ ଯାଇଥିବା ଜାତୀୟ ରାଜପଥ ୫୨୦ ର ଦୂରାବସ୍ଥାକୁ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡ଼କାରୀ, ଜାତୀୟ ରାଜପଥ ପ୍ରାଧିକରଣ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ପାଟଣା କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ ଟ୍ଵିଟର ମାଧ୍ୟମରେ ଦାବି ଜଣାଇ ଏହାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେବାକୁ ମତ ରଖିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories