www.samajalive.in
Thursday, December 11, 2025
13.1 C
Bhubaneswar

କଂଗ୍ରେସର ପ୍ରାର୍ଥୀ ଘୋଷଣା, ୱାଇନାଡ୍‌ରୁ ଲଢ଼ିବେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩୯ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ପ୍ରଥମ ପର୍ଯ୍ୟାୟ ତାଲିକାରେ ରାହୁଲ ଗାନ୍ଧି ସ୍ଥାନ ପାଇଛନ୍ତି। ରାହୁଲ ଗାନ୍ଧିଙ୍କୁ କେରଳ ୱାଇନାଡ୍‌ରୁ ଲୋକସଭା ପ୍ରାର୍ଥୀ ଭାବେ   ଲଢ଼ିବା ପାଇଁ କଂଗ୍ରେସ ଟିକଟ ଦେଇଛି। ସେହିପରି ଛତିଶଗଡ଼ ରାଜନନ୍ଦଗାଓଁରୁ ଭୂପେଶ ବାଘେଲ ଲିବାକୁ ଥିବାବେଳେ ଛତିଶଗଡ଼ ମହାସମୁନ୍ଦରୁ ତାମ୍ରଧ୍ବଜ ସାହୁ ଏବଂ ଥିରୁବନନ୍ତପୂରମରୁ ଶଶି ଥରୁର ଲୋକସଭା ସାଂସଦ ପ୍ରାର୍ଥୀ ହେବା ପାଇଁ ଦଳ ପକ୍ଷରୁ ଜାରି ତାଲିକାରେ ଦର୍ଶାଯାଇଛି।

ତେବେ  କଂଗ୍ରେସ ପକ୍ଷରୁ ଜାରି ପ୍ରଥମ ତାଲିକାରେ ଓଡ଼ିଶାର କୌଣସି ଲୋକସଭା ପାଇଁ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ। ଆଜି ଘୋଷିତ ୩୯ଜଣ ଆସନ ମଧ୍ୟରୁ ସର୍ବାଧିକ କେରଳରୁ ୧୫ ରହିଥିବାବେଳେ ଛତିଶଗଡ଼ରୁ ୬, କର୍ଣ୍ଣାଟକରୁ ୬, ତେଲେଙ୍ଗାନାରୁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories