www.samajalive.in
Friday, December 5, 2025
23.1 C
Bhubaneswar

ପିସିସି ସଭାପତିଙ୍କ ସହ କଥା ହୋଇଛି : ନାଣ୍ଡୁ

ଭୁବନେଶ୍ଵର: ଆଜି କଂଗ୍ରେସ ଭବନ ବାହାରେ ହାଇଡ୍ରାମା ଦେଖିବାକୁ ମିଳିଛି। ଦଳରେ ସାମିଲ ହେବାକୁ ଆସି ଅନନ୍ତ ନାରାୟଣ ଓରଫ୍ ନାଣ୍ଡୁ ଧଳଙ୍କୁ ହଟହଟ୍ଟା ହେବାକୁ ପଡିଛି। ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ଧଳ କଂଗ୍ରେସରେ ମିଶିବାକୁ ଆସିଥିଲେ। ହେଲେ ଆସିବାବେଳେ କଂଗ୍ରେସ ଭବନରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା। ପିସିସି ସଭାପତି ନୂଆପଡାରେ ଅଛନ୍ତି, କିଏ ଡାକିଛି ଜାଣିନି ବୋଲି କହିଛନ୍ତି କଂଗ୍ରେସ କର୍ମୀ। ସେପଟେ ନାଣ୍ଡୁ ଧଳ କହୁଛନ୍ତିି ମୁଁ ପିସିସି ସଭାପତିଙ୍କ ସହ କଥା ହୋଇଛି। ତାରା ପ୍ରସାଦ ବାହିନୀପତିଙ୍କ ସହ ମଧ୍ୟ କଥା ହୋଇଛି। କଂଗ୍ରେସ କାହାର ପୈତୃକ ସମ୍ପତ୍ତି ନୁହେଁ , କେହି ଅଟକାଇପାରିବେ ନାହିଁ। ମୁଁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବି। କିନ୍ତୁ ସେ କଂଗ୍ରେସ ଭବନ ଭିତରକୁ ପଶିବାକୁ ଉଦ୍ୟମ ବେଳେ ବାହାରେ ଜଗିଥିବା ପୁଲିସ୍‌ କର୍ମୀମାନେ ତାଙ୍କୁ ଅଟକାଇଛନ୍ତି। ଆହୁ ମଧ୍ୟ ସେ କହିଛନ୍ତି ମୁଁ ଦିଲ୍ଲୀ ଯିବି, ତାଙ୍କ କଥା ସେମାନେ ବୁଝିବେ। ମୁଁ ୨ ହଜାର ଲୋକ ନେଇ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିବି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories