www.samajalive.in
Thursday, December 11, 2025
15.1 C
Bhubaneswar

ବାଲେଶ୍ୱର ଛାତ୍ର କଂଗ୍ରେସ ନେତାଙ୍କ ଅନ୍ୟାୟ ଗିରଫଦାରୀ ; ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲେ ପିସିସିର ୧୧ଜଣିଆ ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର : ବାଲେଶ୍ୱର ଲୋକସଭା କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ନିରନ୍ତର ୭୦ଦିନ ଧରି ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗରୀବ, ଅସହାୟ, ବିପନ୍ନ ଓ ସର୍ବୋପରି ପ୍ରବାସୀ ଭାଇଭଉଣୀମାନଙ୍କୁ କଂଗ୍ରେସ ଦଳ ତରଫରୁ ସାହାଯ୍ୟ, ସହଯୋଗ ଓ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ବାଲେଶ୍ୱରର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଅନୁପସ୍ଥିତକୁ ନେଇ ତାଙ୍କର ନିଖୋଜ ଲିଖିତ ପୋଷ୍ଟର କେତେକ ବ୍ୟକ୍ତିବିଶେଷ କାନ୍ଥବାଡ଼ରେ ଲଗାଇବାକୁ ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ଘଟଣା ରାଜ୍ୟ ଓ ଦେଶରେ ସାଂସଦଙ୍କ ପାରିବା ପଣିଆକୁ ଚର୍ଚ୍ଚା ପରିସରକୁ ଆଣିଥିଲା।

ଉକ୍ତ ଘଟଣାକୁ ଫେସବୁକରେ ବାଲେଶ୍ୱର ଛାତ୍ର କଂଗ୍ରେସର ଆବାହକ ଜ୍ଞାନେନ୍ଦ୍ର ମହାନ୍ତି ତଥା ଅନ୍ୟତମ ଛାତ୍ର କଂଗ୍ରେସ ନେତା ଗୌତମ ସାହୁ ଫେସବୁକ୍‍ରେ ପୋଷ୍ଟ କରିବା ଘଟଣାକୁ ଆଧାରକରି ବାଲେଶ୍ୱର ପୋଲିସ ଜୁନ-୧ ତାରିଖରେ ବିଜେପି ଦଳର ଜଣେ ଯୁବକର୍ମୀଙ୍କ ଏଫ୍‍ଆଇଆର୍‍ ଆଧାରରେ କୌଣସି ସତ୍ୟାସତ୍ୟକୁ ଅନୁସନ୍ଧାନ ନକରି ଆକ୍ରୋଷମୁଳକ ଓ ଅନ୍ୟାୟଭାବେ ଶ୍ରୀମାନ ମହାନ୍ତି, ଶ୍ରୀମାନ ସାହୁ, ରାଜ୍ୟ କଂଗ୍ରେସର ପ୍ରାକ୍ତନ ସାଧାରଣ ସଂପାଦକ ସଂଜୀବ ଗିରୀ, ଯୁବ କଂଗ୍ରେସ ନେତା ସୁଧାଂଶୁ ଜେନାଙ୍କ ବିରୁଦ୍ଧରେ ବିଭିନ୍ନ ଦଫା ଲଗାଇବା ସହ ଗୌତମ ଏବଂ ଜ୍ଞାନେନ୍ଦ୍ର ବାବୁଙ୍କୁ ଗିରଫ କରିବା ଘଟଣା ସଭ୍ୟ ସମାଜ ପାଇଁ ଆଦୌ ଗ୍ରହଣୀୟ ଓ ସ୍ପୁହଣୀୟ ନୁହେଁ ବୋଲି ପିସିସିର ପ୍ରାକ୍ତନ ମୁଖପାତ୍ର ଶ୍ରୀଯୁକ୍ତ ପଦ୍ମାକର ଗୁରୁ ମତବ୍ୟକ୍ତ କରିଥିଲେ।

- Advertisement -

ଯେଉଁମାନେ ଉକ୍ତ ଘଟଣାରେ ସଂପୃକ୍ତ ସେମାନଙ୍କୁ ଠାବ ନ କରିପାରିବା ଓ ବାଲେଶ୍ୱର ପୁଲିସର ପାରିବାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଉକ୍ତ ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ୧୧ଜଣିଆ ପ୍ରତିନିଧି ମଣ୍ଡଳୀ ଅପରାହ୍ନ ୫ ଘଟିକା ସମୟରେ ପୁଲ୍ସ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଭୟଙ୍କୁ କଟକ କାର୍ଯ୍ୟାଳୟରେ ସାକ୍ଷାତ ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ମିଥ୍ୟା ଓ ଆଧାରହୀନ କେସ୍‍କୁ ଅବିଳମ୍ବେ ପ୍ରତ୍ୟାହାର କରିବାକୁ ପ୍ରତିନିଧି ମଣ୍ଡଳୀ ଡିଜିପିଙ୍କୁ ଅନୁରୋଧ କରିଥିଲେ। ଘଟଣାକୁ ଗୁରୁତ୍ୱ ଦେଇ ଆଇନନୁଯାୟୀ ତଦନ୍ତ ସହ ଅବିଳମ୍ବେ ଘଟଣାର ପର୍ଦାଫାସ ସହ ସଂପୃକ୍ତ ଦୋଷୀଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ମହାନିର୍ଦ୍ଦେଶକ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶୃତି ଦେଇଥିଲେ। ଉକ୍ତ ପ୍ରତିନିଧି ମଣ୍ଡଳୀରେ ପିସିସିର ପ୍ରାକ୍ତନ ସାଧାରଣ ସଂପାଦକ ସଂଜୀବ ଗିରୀ, ଜ୍ଞାନଦେବ ବେଉରା, ରାଜ୍ୟ ଛାତ୍ର କଂଗ୍ରେସର ପ୍ରାକ୍ତନ ସଭାପତି ଜିନେଶ ଦାସ, ପ୍ରାକ୍ତନ ପିସିସି ସଂପାଦକ ନିରଞ୍ଜନ ନାୟକ, ରାଜ୍ୟ ଛାତ୍ର କଂଗ୍ରେସର ସଂଯୋଜକ ଆଦିତ୍ୟ ପ୍ରୀତମ ଦାସ, ନିରଞ୍ଜନ ଦାସ, ଯୁବ କଂଗ୍ରେସ ନେତା ସୁଧାଂଶୁ ଜେନା ଓ ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories