www.samajalive.in
Saturday, December 6, 2025
26.1 C
Bhubaneswar

ମମିତାଙ୍କ ଘରେ ନରସିଂହ, ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ  ଇସ୍ତଫା ଦେବା ପାଇଁ ପରାମର୍ଶ ଦେଲେ

ଟିଟିଲାଗଡ଼ : କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ମହାଳିଙ୍ଗ ସନସାଇନ କଲେଜର ଶିକ୍ଷୟତ୍ରୀ ମମିତା ମେହେରଙ୍କ ମୃତଦେହର ଅବଶେଷ ଗତକାଲି ଗ୍ରାମର ଷ୍ଟାଡିୟମ ପରିସରରୁ ଉଦ୍ଧାର ହୋଇଛି, ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି, ଆଜି ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର  ବିଧାୟକ ନରସିଂହ ମିଶ୍ର ମମତାଙ୍କ ଘର ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ଝରନି ଗ୍ରାମରେ ପହଂଚି ପରିବାରଙ୍କୁ ସାନ୍ତ୍ୱନା ଦେଇଛନ୍ତି । ନରସିଂହ ପ୍ରାୟ ଏକ ଘଣ୍ଟା ଧରି ପରିବାର ସହ ଆଲୋଚନା  କରିଥିଲେ। ପରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶାଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ମୃତ ମମତାଙ୍କ ପରିବାର ଯେଭଳି ତଦନ୍ତ ଦାବି କରିଛନ୍ତି ତାହା ରାଜ୍ୟ ସରକାର ସ୍ୱୀକାର କରନ୍ତୁ ବୋଲି କହିଛନ୍ତି। ମାମଲାର ସିବିଆଇ ତଦନ୍ତ ଦାବି ନେଇ ପଚରାଯିବାରୁ ସିବିଆଇ ତାହାର ବିଶ୍ୱସନୀୟତା ହରେଇଥିବା, ଉତ୍ତରପ୍ରଦେଶରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଚାଷୀଙ୍କ ଉପରେ ଗାଡି ଚଢାଇବା ନେଇ ସିବିଆଇ ତଦନ୍ତ କରିଛି କି ବୋଲି ପଚରିଥିଲେ। ସୂଚନା ଯେ ମମତା ମେହେର ଗତ ୮ ତାରିଖରୁ ନିଖୋକ ହେବା ନେଇ ପରିବାର ଲୋକେ ଟିଟିଲାଗଡ଼ ଉପଖଣ୍ଡ ସିନ୍ଧେକେଲା ଥାନାରେ ଅଭିଯୋଗ ଦାଖଲ କରିଥିଲେ। ମହାଳିଙ୍ଗ ସ୍କୁଲ ମାଲିକ ଗୋବିନ୍ଦ ସାହୁ ମମତାଙ୍କୁ ଘରୁ ଡାକି ନେଇ ଅପହରଣ ସହ ହତ୍ୟା ଅଭିଯୋଗ ହୋଇଥିଲା। ଗତକାଲି ମହାଲିଙ୍ଗ ଗ୍ରାମର ଷ୍ଟାଡିୟମ ପରିସରରେ ମମତାଙ୍କ ମୃତଦେହର ଅବଶେଷ ପୋଡାଜଳା ଅବସ୍ଥାରେ ୮ ଫୁଟ ତଳୁ ଗାତ ଭିତରୁ ଉଦ୍ଧାର ହୋଇଛି। ସନସାଇନ ସ୍କୁଲ ମାଲିକଙ୍କ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ସହ ଭଲ ସମ୍ପର୍କ ରହିଥିବା ଏବଂ ସ୍କୁଲରେ ଅନୈତିକ ସମ୍ପର୍କ ଚାଲିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଗୋବିନ୍ଦ ପୁଲିସ ଦ୍ୱାରା ଟିଟିଲାଗଡ଼ ଥାନାରେ ଅଟକ ରହିଥିବା ବେଳେ ଚମ୍ପଟ ମାରିବା, ଦୁଇ ଦିନ ପରେ ପୁଣି ଧରା ପଡିବା ଆଦିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଆଜି ନରସିଂହଙ୍କ ସହ ପିସିସି ସାଧାରଣ ସମ୍ପାଦକ ମୁକେଶ ଜୈନ, ଜିଲା ସଭାପତି ଦିଲୀପ ବେହେରା, ଜିଲା ଯୁବ ସଭାପତି ପ୍ରେମ ପ୍ରକାଶ ମିଶ୍ର, ଜିଲା ଛାତ୍ର ସଭାପତି ଅଙ୍କିତ ସାହୁ, ଅନିଲ ମେହେର, ସୁରୁ ମଟାରି, ଅଭି ବାଗ, ମହେଶ ରାଓ, ନେହେରୁଲାଲ ପୁଟେଲ ପ୍ରମୁଖ ଝରନି ଗ୍ରାମକୁ ଗସ୍ତ କରିଥିଲେ

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories