www.samajalive.in
Sunday, December 7, 2025
16.1 C
Bhubaneswar

ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ହାଇକୋର୍ଟ ଯିବ ବିଜେପି ଯୁବ ମୋର୍ଚ୍ଚା

ଭୁବନେଶ୍ୱର :  ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ  ବିଜେପି ଯୁବମୋର୍ଚ୍ଚା ଆଇନଗତ ଲଢେଇ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି ନିର୍ବାଚନ ହେବା ପାଇଁ ହାଇକୋର୍ଟରେ ପିଆଇଏଲ୍ ଫାଇଲ ହେବ। ସେ କହିଛନ୍ତି ବିଜୁ ଜନତାଦଳ ବଚସ୍କର ଜନତା ଦଳ ହେବା ପାଇଁ ଯେଉଁ ପୃଷ୍ଠିଭୂମି ଦରକାର ତାକୁ ତିଆରି କରିବା ପାଇଁ ନିର୍ବାଚନକୁ ବନ୍ଦ କରି ଦିଆଗଲା। କ୍ୟାମ୍ପସରୁ ଛାତ୍ର ନେତା ନ ବାହାରିବାକୁ ଏହା ଷଡଯନ୍ତ୍ର । ଯୁବକଙ୍କ ମଧ୍ୟରେ ଗଣତାନ୍ତ୍ରିକ ଉତ୍ସାହ ନରହୁ। ଶିକ୍ଷିତ ମାନେ ମତଦାନ ନକରନ୍ତୁ । କେବଳ ନିରକ୍ଷର ମତଦାନ କରନ୍ତୁ । ଫଳରେ ସେହିମାନଙ୍କୁ  ନେଇ କ୍ଷମତା ଅକ୍ତିଆର କରିବା ସହଜ ବୋଲି ସରକାର ଚାହୁଁଛନ୍ତି । ସେଥିପାଇଁ ସରକାରଙ୍କ ଏହି ଷଡଯନ୍ତ୍ର କରିଛନ୍ତି । ୫ ବର୍ଷ ହେଲା ନିର୍ବାଚନ ବନ୍ଦ ହେବାରୁ କ୍ୟାମ୍ପସରେ କଣ ବିଶୃଙ୍ଖଳା ହେଉନି ? କେବଳ କ୍ୟାମ୍ପସରେ ଠିକା କାମ କରିବା ପାଇଁ ବିଜେଡିର ଏହା ଚକ୍ରାନ୍ତ ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟ ପକ୍ଷରେ ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ଛାତ୍ର କଂଗ୍ରେସ ମଧ୍ୟ ସରକାରଙ୍କ ଉପରେ ବର୍ଷିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories