www.samajalive.in
Monday, December 8, 2025
13.1 C
Bhubaneswar

ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ -ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ

ଶୀତ ସ୍ବାଭାବିକ, କୁହୁଡ଼ି ବଢ଼ୁଛି
ଭୁବନେଶ୍ବର : ରାଜ୍ୟରେ ଏବେ ଶୀତ ସ୍ବାଭାବିକ ଥିବାବେଳେ କୁହୁଡ଼ି ବଢ଼ିଛି। ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨-୩ ଡିଗ୍ରୀ ଲେଖାଏଁ ବୃଦ୍ଧି ପାଇଛି। ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ। ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ କୁହୁଡ଼ି ଯୋଗୁଁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।

ପାଣିପାଗ କେନ୍ଦ୍ର ସୂଚନାନୁଯାୟୀ,   ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯାଇଥିବାବେଳେ ଦୃଶ୍ୟମାନ ଦୂରତା ହ୍ରାସ ପାଇଛି। ଅନ୍ୟପକ୍ଷରେ ଗତକାଲି ରାତିରେ ୮ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। କୋରାପୁଟ ୬.୬ ଡିଗ୍ରୀ ସହ ସବୁଠୁ ଥଣ୍ଡା ସ୍ଥାନ ରହିଛି। ଦାରିଙ୍ଗବାଡ଼ି ୭ ଡିଗ୍ରୀ, ଜି.ଉଦୟଗିରି ୭.୪ ଡିଗ୍ରୀ, କେନ୍ଦୁଝର ୮.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୯ ଡିଗ୍ରୀ, କିରେଇରେ ୯.୪ ଡିଗ୍ରୀ, ଫୁଲବାଣୀ ୯.୫ ଡିଗ୍ରୀ ଏବଂ ସେମିଳିଗୁଡ଼ାରେ ୯.୬ ଡିଗ୍ରୀ ରେକର୍ଡ଼ ହୋଇଛି। ଭୁବନେଶ୍ବରରେ ୧୬ ଏବଂ କଟକରେ ୧୫.୧ ଡିଗ୍ରୀ ରହିଛି। ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, କନ୍ଧମାଳ, ସୁବର୍ଣ୍ଣପୁର, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲାର କିଛି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ୨୬ ସକାଳ ଯାଏଁ ୨୧ ଜିଲାକୁ ଘନ କୁହୁଡ଼ି ନେଇ ହଳଦିଆ ସତର୍କତା ଜାରି ହୋଇଛି।

- Advertisement -

କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ ଜିଲାର କିଛି ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ରହିଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories