www.samajalive.in
Sunday, December 7, 2025
16.1 C
Bhubaneswar

ଫୁୁଲବାଣୀ ଓ ଦାରିଙ୍ଗବାଡ଼ିରେ ଶୀତଲହରୀ : ସକାଳୁ ଘନ କୁହୁଡି, ଦିନକରେ ତାପମାତ୍ରା ୬ ଡିଗ୍ରୀ କମିଲା

ଫୁଲବାଣୀ : କନ୍ଧମାଳ ଜିଲାରେ ଗତ ୩ ଦିନ ହେଲା ହଠାତ୍‍ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଦିନକରେ ତାପମାତ୍ରା ୬ ଡିଗ୍ରୀ ହ୍ରାସ ପାଇବା ସହିତ ଶୀତ ଅନୁଭୂତ ହେବା ଆରମ୍ଭ ହୋଇଛି। ଆଜି ଫୁଲବାଣୀ ଓ ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀରେ ପହଞ୍ଚିଛି। ଶନିବାର ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ ଥିବା ବେଳେ ରବିବାର ତାହା ୧୦.୫ ଡିଗ୍ରୀରେ ପହଞ୍ଚିଛି। ପୂର୍ବରୁ ଶୁକ୍ରବାରର ତାପମାତ୍ରା ୧୭.୫ ଡିଗ୍ରୀ ରହିଥିଲା। ସେହିଭଳି ଗତ ୨ ଦିନ ହେଲା ଦାରିଙ୍ଗବାଡ଼ିରେ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ରହୁଥିବା ବେଳେ ରବିବାର ତାହା ଖସିଆସି ୧୦.୫ ଡିଗ୍ରୀରେ ପହଞ୍ଚିଛି। ଆଜି ଫୁଲବାଣୀ , ଦାରିଙ୍ଗବାଡ଼ି , ବେଲଘର ସମେତ ବିଭିନ୍ନ ଅଞ୍ଚଳରେ ଆକାଶଳରେ ସକାଳୁ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। କୁହୁଡ଼ି ସହିତ ଶୀତର ପ୍ରକୋପ ଆରମ୍ଭ ହୋଇଯାଇଥିବାରୁ ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଶୀତ ଅନୁଭୂତ ହେବା ଅନୁମାନ କରାଯାଉଛି। ଶନିବାରଠାରୁ ସମଗ୍ର ଜିଲାରେ ସନ୍ଧ୍ୟାରେ ଶୀତର ପ୍ରକୋପ ବଢ଼ିବା ସହିତ ତାପମାତ୍ରା ହ୍ରାସ ପାଇଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି। ବେଲଘର,ତୁମୁଡ଼ିବନ୍ଧ,କୋଟଗଡ଼,ବ୍ରାହ୍ମଣୀଗାଁ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥିବା ଜଣାପଡ଼ିଛି। ସକାଳ ୭ଟା ଯାଏଁ ଆକାଶ ଘନ କୁହୁଡ଼ିରେ ଘୋଡ଼େଇ ହୋଇ ରହୁଥିବାବେଳେ ବିଭିନ୍ନ ସ୍ଥାନରେ ଘାସରେ କାକର ବିନ୍ଦୁ ପଡିଥିବା ଦେଖିବାକୁ ମିଳୁଛି। ଦାରିଙ୍ଗବାଡ଼ିରେ ଆଜି ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ଼ ହୋଇଥିବା ବେଳେ ଫୁଲବାଣୀର ଆଭ୍ୟନ୍ତରୀଣ ଇଲାକାରେ ତାପମାତ୍ରା କମ ରହିଥିବା ଅନୁମାନ କରାଯାଇଛି। ଶୀତରୁ ରକ୍ଷାପାଇବା ପାଇଁ ପିଲାଠୁ ବୁଢା ସଭିଏଁ ଏବେ ନିଆଁକୁ ସାହାରା କରିବା ଆରମ୍ଭ କଲେଣି। ଧିରେଧିରେ ଶୀତର ପ୍ରକୋପ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଶୀତ ପ୍ରକୋପ ବୃଦ୍ଧି ପାଇଥିବାରୁ ଆଭ୍ୟନ୍ତରୀଣ ଅଂଚଳରେ ବସବାସ କରୁଥିବା ଲୋକମାନେ ବହୁତ କଷ୍ଟଅନୁଭବ କରୁଥିବା ସୂଚନା ମିଳୁଛି। ରାତିରେ ଅଧିକାଂଶ ଗ୍ରାମାଞ୍ଚଳରେ ଲୋକେ ଘର ଆଗରେ ନିଆଁ ଜାଳି ରାତ୍ରି ଯାପନ କରୁଥିବାବେଳେ ସହରାଞ୍ଚଳର ଲୋକେ ନିଜକୁ ଫିଟ୍‍ ରଖିବାପାଇଁ ସକାଳୁ ପ୍ରାତଃ ଭ୍ରମଣ,ବ୍ୟାୟାମ ପାଇଁ ଭିଡ଼ ଜମାଉଛନ୍ତି। ଆଭ୍ୟନ୍ତରୀଣ ଅଞ୍ଚଳରେ ଘର ଆଗରେ ନିଆଁ ଲଗାଇ ଲୋକେ ଦଳ ଦଳ ହୋଇ ନିଆଁ ତାପୁଥିବା ଦେଖାଯାଇଛି। ଚଳିତବର୍ଷ ଅଧିକ ବର୍ଷା ହୋଇଥିବାରୁ ଶୀତର ମାତ୍ରା ମଧ୍ୟ ଅଧିକ ହେବ ବୋଲି ପୂର୍ବରୁ ପାଣିପାଗ ବିଭାଗ ସୂଚନା ଦେଇଛି। ଶୀତ ଅଞ୍ଚଳବାସୀଙ୍କ ପାଇଁ କଷ୍ଟଦାୟକ ହେଉଥିବାବେଳେ ପର୍ଯ୍ୟଟକମାନଙ୍କ ପାଇଁ ଶୀତର ଆଗମନ ଆନନ୍ଦଦାୟକ ହୋଇଛି। ଦାରିଙ୍ଗବାଡ଼ିରେ ଶୀତ ଆରମ୍ଭ ହୋଇଥିବାରୁ ବହୁ ପର୍ଯ୍ୟଟକ ବିଭିନ୍ନ ସ୍ଥାନକୁ ଆସୁଥିବାବେଳେ ଜିଲା ପ୍ରଶାସନ ଜିଲାର ସମସ୍ତ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଚଳିତମାସ ୩୦ତାରିଖ ଯାଏଁ ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଥିବାରୁ ଦାରିଙ୍ଗବାଡ଼ି ଓ ଅନ୍ୟ ପର୍ଯ୍ୟଟନ ସ୍ଥଳକୁ ଆସୁଥିବା ପର୍ଯ୍ୟଟକ ପର୍ଯ୍ୟଟନସ୍ଥଳୀ ଭ୍ରମଣ କରିନପାରି ନିରାଶରେ ଫେରୁଛନ୍ତି। ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ସରକାର ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଥିବାବେଳେ ଓଡ଼ିଶାର କାଶ୍ମୀର ଭାବେ ଖ୍ୟାତ ଲାଭ କରିଥିବା ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକୁ ନଖୋଲିବା ପାଇଁ କଡ଼ା ନିର୍ଦ୍ଦେଶନାମା ରହିଥିବାରୁ ଅଞ୍ଚଳର ହୋଟେଲ ମାଲିକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories