www.samajalive.in
Sunday, December 7, 2025
23.1 C
Bhubaneswar

ସୋନପୁରରେ ସର୍ବନିମ୍ନ ୯.୬ଡିଗ୍ରୀ ; ୫ଟି ସ୍ଥାନରେ ୧୨ଡିଗ୍ରୀ ତଳେ ପାରଦ

ଭୁବନେଶ୍ବର : ରାତିର ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ଖସିବାରେ ଲାଗିଛି। ବିଶେଷ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ଡ଼ିଗ୍ରୀ ସେଲସିୟସ ତଳେ ରହିଥିବାବେଳେ ସୋନପୁରରେ ତାପମାତ୍ର ସବୁଠୁ କମ ୯.୬ଡ଼ିଗ୍ରୀ ସେଲସିୟସକୁ ଖସିଥିବା ରେକର୍ଡ଼ କରାଯାଇଛି। ସୋନପୁରରେ କ୍ରମାଗତ ଭାବେ ଦୁଇ ତିନିଦିନ ଧରି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।
ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ପାରଦ ୧୦.୫ଡ଼ିଗ୍ରୀ ସେଲସିୟସକୁ ଖସିଥିବାବେଳେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଅନୁଗୋଳରେ ୧୧ ଓ କୋରାପୁଟରେ ୧୧.୬ଡ଼ିଗ୍ରୀକୁ କମିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ତାପମାତ୍ରା ଖସିବା ଆରମ୍ଭ କରିଛି। ଭୁବନେଶ୍ବରରେ ପାରଦ ୧୮କୁ କମିବା ସହିତ କଟକରେ ୧୬.୮ଡ଼ିଗ୍ରୀରେ ପହଞ୍ଚିଛି। ରାଜ୍ୟର ୧୧ଟି ସ୍ଥାନରେ ପାରଦ ୧୫ ଡ଼ିଗ୍ରୀ ତଳକୁ ଖସିଛି। ଫଳରେ ବାରିପଦା, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ହୀରାକୁଦ, ଭବାନିପାଟଣା ଓ ବଲାଙ୍ଗୀର ଆଦି ସ୍ଥାନରେ ଶୀତ ଅନୁଭୂତ ହେଉଛି।
ପାଣିପାଗ ବିଭାଗ ବୁଲେଟିନରୁ ଜଣାପଡ଼ିଛି ଯେ ଆସନ୍ତା ୩ଦିନ ପାଗ ଅପରିବର୍ତ୍ତିତ ରହିବ ଏବଂ ଏହା ପରେ ତାପମାତ୍ରା ୨ରୁ ୩ଡ଼ିଗ୍ରୀ ବଢ଼ିବାର ସମ୍ଭାବନା ରହିଛି। ଆସନ୍ତା ଦୁଇରୁ ତିନିଦିନ ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ଡ଼ିଗ୍ରୀ ପର୍ଯ୍ୟନ୍ତ କମ ରହିବା ସହିତ ଉପକୂଳ ଓଡ଼ିଶାରେ ୨ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories