www.samajalive.in
Thursday, December 11, 2025
27.1 C
Bhubaneswar

ଶ୍ରୀଜୀଉଙ୍କ ‘ନୀଳାଦ୍ରି ବିଜେ’ ଓ ‘ରସଗୋଲା ଦିବସ’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ନୀଳାଦ୍ରି ବିଜେ’ ଓ ‘ରସଗୋଲା ଦିବସ’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ନଅ ଦିନର ଲୀଳା ସାରି ମହାପ୍ରଭୁ ଆଜି ନୀଳାଦ୍ରି ବିଜେ କରୁଛନ୍ତି। ଭାଇ ଓ ଭଉଣୀଙ୍କ ସହିତ ମହାପ୍ରଭୁ ରତ୍ନବେଦୀକୁ ଫେରିବେ। ରସଗୋଲା ଦେଇ ମା’ଲକ୍ଷ୍ମୀଙ୍କ ମାନଭଞ୍ଜନ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଏହି ନୀତି ଆମ ଅନନ୍ୟ ପରମ୍ପରାର ନିଦର୍ଶନ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ମହାପ୍ରଭୁ ସମସ୍ତଙ୍କ କଲ୍ୟାଣ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ଭକ୍ତମାନେ ଦୂରଦର୍ଶନର ସିଧା ପ୍ରସାରଣ ଜରିଆରେ ମହାପ୍ରଭୁଙ୍କର ଏହି ‘ନୀଳାଦ୍ରି ବିଜେ’ ନୀତି ଦର୍ଶନ କରୁଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ଦୂରଦର୍ଶନ ସହଯୋଗରେ ଏହି ସିଧା ପ୍ରସାରଣକୁ ଅନ୍ୟ ଚ୍ୟାନେଲ୍‌ମାନଙ୍କ ସହିତ ସଂଯୁକ୍ତ କରିଛନ୍ତି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories