www.samajalive.in
Sunday, December 7, 2025
23.1 C
Bhubaneswar

କୋଭିଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସ୍ଥିତି ସମୀକ୍ଷା କରିବେ। ଏନେଇ ଅପରାହ୍ନ ସାଢେ ୫ଟାରେ ଉଚ୍ଚସ୍ତରୀୟ ବୈଠକ କରାଯିବ।
ରାଜ୍ୟରେ ଦୈନିକ ସଂକ୍ରମଣ ୫ ହଜାରେ ମୁହାଁ ହେଉଥିବା ବେଳେ ଦିନକରେ ୪ ହଜାର ୮୨୯ ନୂଆ କରୋନା ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ଦେଶରେ ସଂକ୍ରମଣ ବଢିବା ସହ ରାଜ୍ୟରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି। ମୁଖ୍ୟତଃ ରାଜ୍ୟର ୪ ରୁ ୫ଟି ଜିଲାରେ ଅଧିକ ସଂକ୍ରମଣ ବଢୁଛି। ଏ ସମସ୍ତ ଜିଲାରେ ଓମିକ୍ରନର ମଧ୍ୟ ଉପସ୍ଥିତି ରହିଛି।
ବିଶେଷଜ୍ଞଙ୍କ ମତରେ ଦିଲ୍ଲୀ, ମହାରାଷ୍ଟ୍ରରେ ଜାନୁଆରୀ ୧୫ ସୁଦ୍ଧା ପିକ୍‍ ହେବାର ସମ୍ଭାବନା ରହିଥିବା ବେଳେ ସେହି ଅନୁସାରେ ଓଡିଶାରେ ୧୦ ରୁ ୧୫ ଦିନ ପରେ ପିକ୍‍ ନେବାର ସମ୍ଭାବନା ରହିଛି। ଯେପରି ଭାବେ ସଂକ୍ରମଣ ବୃଦ୍ଧି ପାଉଛି ଲୋକେ ଏହାକୁ ହାଲୁକା ନ ନେଇ ସଜାଗ ହୁଅନ୍ତୁ। ଦିଲ୍ଲୀର ୧୫ ଦିନ ପରେ ଓଡିଶାରେ ପିକ୍‍ ହେବାର ସମ୍ଭାବନା ରହିଛି। ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ଆବଶ୍ୟକ ଅନୁଯାୟୀ ନମୁନା ପରୀକ୍ଷା, ସର୍ଭେଲାନ୍ସ, ଟିକାକରଣ ସହ ଚିକିତ୍ସା ପାଇଁ ଆବଶ୍ୟକୀୟ ସୁବିଧା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

 

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories