www.samajalive.in
Saturday, December 6, 2025
26.1 C
Bhubaneswar

ହାଡ଼ିଆପଠାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ମାର୍ଚ୍ଚରୁ ଏସସିବି ମେଡିକାଲର ବିକାଶ କାର୍ଯ୍ୟ ଆରମ୍ଭ, ୬ ଥାକିଆ ହେବ ରିଂ ରୋଡ୍‌

କଟକ: ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିଆ କଟକ ଜିଲା ଗସ୍ତରେ ଯାଇ ମହାନଦୀର ହାଡ଼ିଆପଠାରେ ପହଞ୍ଚିଛନ୍ତି। ହାଡ଼ିଆପଠାର କିଛି ସ୍ଥାନ ବୁଲିବା ସହ ବିଭିନ୍ନ ବିଭାଗର ପ୍ରସ୍ତାବିତ ପ୍ରକଳ୍ପ ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ଏସସିବି ମେଡ଼ିକାଲ କଲେଜ ବିଶ୍ୱସ୍ତରୀୟ ହେବ। ଏ ନେଇ ଲୋକଙ୍କ ମତାମତ ନିଆଯିବ। ଏସସିବି ମେଡିକାଲର ଉନ୍ନତୀକରଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚରୁ ଆରମ୍ଭ ହେବ। ସେହିପରି କଟକର ରିଂ ରୋଡକୁ ୬ ଥାକିଆ କରାଯିବ। କଟକ ସହରର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଏହି ପଦକ୍ଷେପ ନିଆଯିବ। ମହାନଦୀ ପଠା ଜମିରେ ବିଭିନ୍ନ ପ୍ରକଳ୍ପ ହେବ। କ୍ରୀଡ଼ା, ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଏହି ପ୍ରକଳ୍ପ ହେବ। ଏଥିରେ ପ୍ରଶସ୍ତ ରାସ୍ତା, ଉଦ୍ୟାନ, ସବୁଜୀକରଣ ଓ ପାର୍କିଂକୁ ଗୁରୁତ୍ୱ ଦିଆଯିବ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ମନ୍ତ୍ରୀ, ଜିଲାର ସମସ୍ତ ବିଧାୟକ, ବିଭାଗୀୟ ସଚିବ, ୫-ଟି ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିଥିଲେ।
ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ କଟକର ଓଡ଼ିଆବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରାହଳୟରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories