www.samajalive.in
Wednesday, December 10, 2025
26.1 C
Bhubaneswar

କଳିଙ୍ଗ ଛକରେ ରାସ୍ତା ସ୍ଥିତି ଅନୁଧ୍ୟାନ କଲେ ପୂର୍ବତନ ବିଧାୟକ

ଚୌଦ୍ୱାର: ଚୌଦ୍ୱାର-ଚାରବାଟିଆ ରାସ୍ତାର କଳିଙ୍ଗ ଛକ ଠାରେ ରାସ୍ତାରେ ଗାଡ଼ ସୃଷ୍ଠି ହୋଇ ଏହାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ବେଳେ ରାସ୍ତାର ତୁରନ୍ତ ମରାମତି ପାଇଁ ଚୌଦ୍ୱାରର ବିଭିନ୍ନ ସଂଗଠନ ତରଫରୁ ବାରମ୍ବାର ଦାବି ହୋଇ ଆସୁଥିଲା। ଏହାର ତୁରନ୍ତ ପ୍ରତିକାର କରାନଗଲେ ଅଞ୍ଚଳବାସୀ ରାସ୍ତା ଅବରୋଧ କରିବେ ବୋଲି ଶୁକ୍ରବାର ଚେତାବନୀ ଦେଇଥିଲେ। ଏ ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡ.ପ୍ରଭାତ ରଞ୍ଜନ ବିଶ୍ୱାଳ ଶନିବାର ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ରାସ୍ତାର ସ୍ଥିତି ଅନୁଧ୍ୟାନ କରିଥିଲେ। ରାସ୍ତାଟିର ଶୋଚନୀୟ ଅବସ୍ଥା ଦେଖି ସେ କ୍ଷୋଭ ପ୍ରକାଶ କରିବା ସହିତ ସ୍ଥାନୀୟ ଆର ଏଣ୍ଡ ବି ସହକାରୀ ଯନ୍ତ୍ରୀ ନୃଷିଙ୍ଗ ମହାପାତ୍ର ଓ ରାଜରାସ୍ତା ସଂପ୍ରସାରଣ କାର୍ଯ୍ୟରେ ନିୟୋଜିତ ଥିବା ଠିକା ସଂସ୍ଥା ଗାୟତ୍ରୀ କନ୍‍ଷ୍ଟ୍ରକ୍ସନ୍‍ ଓ ଦାସ କନ୍ନଷ୍ଟ୍ରକ୍ସନ୍‍ର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ୨ଦିନ ଭିତରେ ରାସ୍ତା ମରାମତି କାର୍ଯ୍ୟ ସଂପୁର୍ଣ୍ଣ କରିବାକୁ ଦାୟିତ୍ୱ ଦେଇଥିଲେ।

ଡ. ବିଶ୍ୱାଳଙ୍କ ପ୍ରସ୍ତାବ ମତେ ଠିକା ସଂସ୍ଥା ଶନିବାର ଦିନରୁ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ସ୍ଥାନୀୟ ବଜାର କମିଟି ସଭାପତି କରୁଣାକର ସାହୁ, ବିଜେଡି ନଗର ସଭାପତି ବିଷ୍ନୁ ଚରଣ ପରିଡା,କଟକ ଜିଲ୍ଲା ବିଜେଡି ଉପସଭାପତି ପ୍ରେମଚାନ୍ଦ ନାୟକ, ଜିଲ୍ଲା ସଂପାଦକ ଶୁଭେନ୍ଦୁ ସାମଲ, ବିଜେଡି ଯୁବ ସଭାପତି ଅର୍ଜୁନ ପଣ୍ଡା,ବଜାର କମିଟି ସମ୍ପାଦକ ପ୍ରମୋଦ ଦାସ୍‍, ଅକ୍ଷୟ ସାହୁଙ୍କ ସମେତ କିଛି ବଜାର କମିଟି ସଦସ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories