www.samajalive.in
Monday, December 8, 2025
13.1 C
Bhubaneswar

ଧିମେଇଛିିି ୫୫ ନମ୍ବର ଜାତୀୟ ରାଜପଥ କାମ; ବଢ଼ୁଛି ଦୁର୍ଘଟଣା

ଚୌଦ୍ୱାର: ଚୌଦ୍ୱାର ପୌରାଞ୍ଚଳ ମଧ୍ୟଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଅତି ଧିମା ଗତିରେ ଚାଲୁ ଥିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ତେଣୁ ଛୋଟବଡ଼ ଦୁର୍ଘଟଣାମାନ ଘଟି ବହୁଲୋକ ହତାହତ ହେଉଥିବା ନିତିଦିନିଆ ଘଟଣା ହୋଇଗଲାଣି। ଡ୍ରେନ ନିର୍ମାଣ କାର୍ଯ୍ୟ ମଧ୍ୟ କରାଯାଉଛି। ଓଟିଏମ୍‌‌ ବଜାରଠାରୁ ଚୌଦ୍ୱାର କଲେଜ ପର୍ଯ୍ୟନ୍ତ ରାଜରାସ୍ତାର ଉଭୟ ପାର୍ଶ୍ବରେ ଥିବା ସର୍ଭିସ୍‌‌ ରୋଡ଼ ପାଖରେ ଡ୍ରେନ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବହୁ ସ୍ଥାନରେ ଡ୍ରେନ ଉପରେ ପକାଯାଉଥିବା ଘୋଡ଼ଣି ସ୍ଲାବକୁ ଠିକଦାର ନପକାଇ ଖୋଲା ଛାଡିଦେଇଛନ୍ତି। ଫଳରେ ଡ୍ରେନ୍‌‌ର ମୁକୁଳା ପଡ଼ିଥିବା ଜାଗାମାନଙ୍କରେ ଆସାବଧାନତା ବସତଃ ପଥଚାରୀମାନେ ଗଳି ପଡ଼ି ଗୁରୁତର ଆହତ ହେଉଥିବା ଘଟଣାମାନ ଘଟୁଛି। ଗତ ଶୁକ୍ରବାର ସଂଧ୍ୟାରେ କଳିଙ୍ଗ ବଜାରର ଜ୍ଞାନେନ୍ଦ୍ର କୁମାର ସାହୁ ଚୌଦ୍ୱାରରୁ ସାଇକେଲରେ କଜଳଖଣା ଯାଉଥିବା ବେଳେ ଏକ ଟ୍ରକ ତାଙ୍କୁ ସାଇଡ ମାରିଦେବାରୁ ସେ ମୁକୁଳା ଡ୍ରେନରେ ଖସିପଡ଼ି ଗୁରୁତର ହୋଇଥିଲେ। ତାଙ୍କ ଡାହାଣ ହାତ ଭାଙ୍ଗିଯିବା ସହିତ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

ସେହିପରି ମଙ୍ଗଳବାର ସନ୍ଧ୍ୟାରେ ଚୌଦ୍ୱାର ପ୍ରଧାନସହିର ଅଭିଜିତ୍‌‌ ବାରିକ(୩୨) ନାମକ ଯୁବକ ଗାନ୍ଧୀଛକସ୍ଥିତ ଟାଉନହଲ ନିକଟରେ ଥିବା ଡ୍ରେନର ମୁକୁଳା ସ୍ଥାନରେ ଡ୍ରେନ ଭିତରେ ଗଳି ପଡ଼ିଥିଲେ। ତାଙ୍କ ନାକ ଓ ମୁଣ୍ଡରେ ଗଭୀର ଆଘାତ ଲାଗି ସେ ଗୁରୁତର ହୋଇଥିଲେ। ସେହିପରି କଳିଙ୍ଗ ଛକରେ ଫ୍ଲାଇ ଓଭର ପୋଲ ନିର୍ମାଣ ପାଇଁ ଚୌଦ୍ୱାର ଥାନା ସମ୍ମୁଖ ସର୍ଭିସ୍‌‌ ରୋଡ କଡ଼ରେ ଦିଆଯାଇଥିବା ଅସ୍ଥାୟୀ ସୁରକ୍ଷା ବାଡ଼ ଦୀର୍ଘଦିନ ହେବ ଭାଙ୍ଗି ଯାଇଥିଲେ ମଧ୍ୟ ଠିକାସଂସ୍ଥା ଏହାର ମରାମତି କରୁନାହିଁ କି ବିକଳ୍ପ ବ୍ୟବସ୍ଥା କରୁନାହିଁ। ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଯାନବାହାନ ଓ ପଥଚାରୀମାନେ ଯେକୌଣସି ସମୟରେ ରାସ୍ତା କଡ଼ରେ ଖୋଳାଯାଇଥିବା ଗଭୀର ଖାଲରେ ପଡ଼ି ମୃତାହତ ହେବାର ଆଶଙ୍କା ସୃଷ୍ଟି ହେଲାଣି। ସମସ୍ୟାର ତୁରନ୍ତ ସମାଧାନ ସହିତ ନିର୍ମାଣକାରୀ ଠିକାସଂସ୍ଥା ବିରୋଧରେ ଜାତୀୟ ରାଜପଥ ପ୍ରାଧିକରଣ ବିହିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଚୌଦ୍ୱାରବାସୀ ଦାବି କରିଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories