ଚୌଦ୍ୱାର: ଚୌଦ୍ୱାର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ମାନସ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦ ସାହିତ୍ୟ ସଂସଦ ସଭାପତି ସିଦ୍ଧେଶ୍ବର ନାୟକ ଅତିଥି ଭାବେ ଯୋଗଦେଇ ‘ଆଜାଦିକା ଅମୃତ ମହୋତ୍ସବ’ ସଂପର୍କରେ ଆଲୋଚନା କରି ସ୍ୱରଚିତ କବିତା ପାଠ କରିଥିଲେ। ଭାବାନୀ ଶଙ୍କର ମୁର୍ମୁ,ଦିପ୍ତୀ ରଞ୍ଜନ ସାହୁ,ସ୍ମରଣୀକା ସାହୁ,ଦିପ୍ତୀମୟୀ ବେହେରା,ଜୟଶ୍ରୀ ସାହୁ ପ୍ରମୁଖ ସହୀଦ୍ ମାନଙ୍କ ଉଦ୍ଦେଶରେ ସ୍ମୃତିଚାରଣ କରିବା ସହିତ କ୍ରାନ୍ତି ଦିବସର ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ର ମାନଙ୍କୁ ପୁସ୍ତକ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା। ମାନସ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



