ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୭ନଂ ୱାର୍ଡ ନୁଆସାହିରେ ଥିବା ସୁଇପର କଲୋନି ସରକାରୀ ପ୍ରାଥମିକ ବିଦ୍ୟାଳରେ ୩ଦିନ ଧରି ଚାଲିଥିବା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନଙ୍କର ତାଲିମ ଶିବିର ଗୁରୁବାର ଉଦ୍ଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ମାଳତୀ ଦେଈଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୭ ନମ୍ବର ୱାର୍ଡ଼ ନବ ନିର୍ବାଚିତ କାଉନସିଲର ଆଶୁତୋଷ ଦାସ ଓ ପରିଚାଳନା କମିଟି ଅଧ୍ୟକ୍ଷା ନମିତା ନାୟକ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ସମସ୍ୟା ଗୁଡ଼ିକ ସମାଧାନ ଦିଗରେ ପରିଚାଳନା କମିଟିର ଭୂମିକା ଓ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ବିଦ୍ୟାଳୟରେ ଥିବା ସମସ୍ୟା ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ କାଉନସିଲର ଶ୍ରୀ ଦାସ ପ୍ରକାଶ କରିଥିଲେ। ଶିକ୍ଷୟତ୍ରୀ ଡାଙ୍ଗୀ ମୁର୍ମୁ, ଦୀପିକା ଭୁୟାଁ, ରୀନା ବାଇ, ବୁଲୁ ସାହୁଙ୍କ ସମେତ କମିଟି ସଦସ୍ୟସଦସ୍ୟା ଉପସ୍ଥିତ ଥିଲେ।
Popular Categories



