bjd  ek lkhya koti banner

‘ସହିଦ୍‍ କୋ ଶତ୍‍ ଶତ୍‍ ନମନ’ କାର୍ଯ୍ୟକ୍ରମ ଅନୁଷ୍ଠିତ

mission shakti banner

ଚୌଦ୍ୱାର: ‘ସହିଦ୍‍ କୋ ଶତ୍‍ ଶତ୍‍ ନମନ୍‍’ କାର୍ଯ୍ୟକ୍ରମ ମାଧ୍ୟମରେ କାରଗିଲ ଯୁଦ୍ଧରେ ସହିଦ୍‍ ହୋଇଥିବା ବୀର ଜବାନ ଚୌଦ୍ୱାରର ରାଜକିଶୋର ସାହୁଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି ଏନ୍‍ସିସି କମାଣ୍ଡାଣ୍ଟ। ଚୌଦ୍ୱାର ପୌରପାଳିକା ୧୭ନଂ ୱାର୍ଡ ନୁଆସାହି ଅଂଚଳରେ ବାସ କରୁଥିବା ରାଜକିଶୋରଙ୍କ ମାତାପିତାଙ୍କୁ ଓଡିଶା ଆର୍ଟି ବେଟ୍ରିି ବାଟାଲିୟନର ଏନସିସିର କଟକ ଯୋନ୍‍ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୌମ୍ୟ ପ୍ରସାଦ ହୋତା ଓ ଚୌଦ୍ୱାର ମହାବିଦ୍ୟାଳୟର ଏନସିସି କ୍ୟାଡେଟ ମାନେ। ଭାରତ ସରକାରଙ୍କ ଦ୍ୱାରା ସହିଦ୍‍ ଯବାନଙ୍କ ପାଇଁ ପ୍ରଚଳିତ ‘ସହିଦୋକୋ ଶତ୍‍ ଶତ୍‍ ନମନ’ କାର୍ଯ୍ୟକ୍ରମ ଜରିଆରେ କର୍ଣ୍ଣେଲ ଓ ଏନ୍‍ସିସିର ଅଧିକାରୀ ତଥା କ୍ୟାଡ଼େଟମାନେ ପରିବାର ବର୍ଗଙ୍କ ସହିତ ଭାବର ଆଦାନ ପ୍ରଦାନ କରିବା ସହିତ ସହିଦ୍‍ଙ୍କ ପରିବାରକୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ମହାବିଦ୍ୟାଳୟର ଏନସିସି କ୍ୟାଡେଟଙ୍କ ସହିତ କଲେଜର ମେଜର ଶୁଭ୍ରାଂଶୁ ରଞ୍ଜନ ଦାସ, ଏନ୍‍ୟସିସି ଅଫିସର ରତିକାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.