www.samajalive.in
Thursday, December 11, 2025
27.1 C
Bhubaneswar

ରାଇଘର ଫରେଷ୍ଟର ଦ୍ୱାରା ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଶୁନ୍‍

ନବରଙ୍ଗପୁର: ରାଇଘର ବନପାଳ ବନବିଭାଗର ଦ୍ୱାରା ଜଙ୍ଗଲର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବାନେଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କର ନିକଟରେ ଅଭିଯୋଗହୋଇଛିା ରାଇଘରବ୍ଲକ ମହଣ୍ଡ ପଞ୍ଚାୟତର କିଡିଙ୍ଗଡିହ ବନସୁରକ୍ଷା ସମିତିପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବନପାଳ ବିପିନ ହରିଜନ ବନ ସୁରକ୍ଷା ସମିତିର ସଭାପତିଙ୍କର ନାମରେ ଚଞ୍ଚକତାକରି ବ୍ୟାଙ୍କରୁ ଟଙ୍କା ଉଠାଣ କରିଛନ୍ତି। ବ୍ୟାଙ୍କ ଆକାଉଣ୍ଟ ସମିତି ସଭାପତି ଓ ବନପାଳଙ୍କର ନାମରେ ଯୁଗ୍ମ ଭାବେର ରହିଛି। ତେବେ ବନପାଳ ନିଜେ ଗତ ୨୦୨୧ ଅକ୍ଟୋବର ୬ରେ ୧୮ ହଜାର ଟଙ୍କା, ୨୨ଜାନୁୟାରୀ ୨୯ରେ ୬୩ ହଜାର ୩୪୧ ଟଙ୍କା ଓ ଗତ ୮ ତାରିଖରେ ୩୩ହଜାର ୪୮୮ ଟଙ୍କା ମିଶି ମୋଟ ୧ଲକ୍ଷ ୧୫ ହଜାର ଟଙ୍କା ଉଠାଇ ନେଇଛନ୍ତି। ତେବେ ଏସଂପର୍କରେ ସମିତି ପକ୍ଷରୁୁ ବନପାଳଙ୍କୁ ପଚାରିବାରୁ ଗତ ୨୧ ତାରିଖରେ ବନପାଳ ବ୍ୟାଙ୍କରେ ୩୩,୫୯୦ ଟଙ୍କା ଜମା କରିଥିଲେ।

ଫଳରେ ଟଙ୍କା ଆତ୍ମସାତ କରିଥିବା ସ୍ପଷ୍ଟ ହୋଇଥିବା ସମିତିସଭାପତି ମଙ୍ଗଳୁ ଗଣ୍ଡ ଅଭିଯୋଗ କରିଛନ୍ତି। ଏସଂପର୍କରେ ଗତ ୧୫ ଦିନ ପୂର୍ବରୁ ଡିଏଫଓ ଙ୍କର ନିକଟରେ ଅଭିଯୋଗ କରିଥିଲେ। ଡିଏଫଓ ଏହାର ୧୫ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ କହିଥିଲେ। ତେବେ ୧୫ଦିନ ପାର ହେବା ପରେ ମଧ୍ୟ ଏହାର ତଦନ୍ତ ହୋଇନାହିଁ। ଫଳରେ ଗୁରୁବାରଦିନ ପୁନଃର୍ବାର ସମିତିର ସଭାପତି ଓ ସଭ୍ୟମାନେ ଡିଏଫଓ କାର୍ଯ୍ୟାଳୟକୁ ଆସି ଲିଖିତ ଭାବେ ଜଣାଇଛନ୍ତି। ଏସଂପର୍କରେ ଡିଏଫଓ ପ୍ରସନ୍ନ କୁମାର ବେହେରାଙ୍କୁ ପଚାରିବାରୁ ଏହିଘଟଣାର ତଦନ୍ତ ରିପୋର୍ଟ ରେଞର ଦେଇନଥିବାରୁ ୫ଦିନ ଭିତରେ ଏସିଏଫ ରିପୋର୍ଟ ଦେବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ରେଞର କାହିଁକି ତଦନ୍ତ ରିପୋର୍ଟ ଦେଇନଥିବା ପଚାରିବାରୁ ରେଞରଙ୍କୁ କୈଫୟତ ତଲବ କରାଯିବ ବୋଲି କହିଥିଲେ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories