www.samajalive.in
Thursday, December 11, 2025
27.1 C
Bhubaneswar

ଖଣ୍ଡିଆ ଦାଗରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ପିଲାଦିନେ ପ୍ରାୟ ସମସ୍ତଙ୍କର ଖଣ୍ଡିଆ ହୋଇଥାଏ। ସେଥି ମଧ୍ୟରୁ କିଛି ଖଣ୍ଡିଆର ଦାଗ ଲିଭି ଯାଇଥାଏ ତ କେତେକ ଦାଗ ଲିିଭି ନଥାଏ। କିଛି ଖଣ୍ଡିଆ ଦେହର ଏପରି ସ୍ଥାନରେ ରହିଥାଏ ଯାହା ସମସ୍ତଙ୍କ ନଜରରେ ଆସିଥାଏ। ଏହି ଖଣ୍ଡିଆ ଦାଗକୁ ଛଡାଇବା ପାଇଁ ଅନେକ ଲୋକ ସର୍ଜରୀ କରିଥାନ୍ତି ତ କେତେକ ଲୋକ ଅନେକ ପ୍ରକାର ଔଷଧ ବ୍ୟବହାର କରିଥାନ୍ତି।
କିଛି ଘରୋଇ ଉପାୟ ରହିଛି ଯାହା ଦ୍ୱାରା ଆମେ ଖଣ୍ଡିଆ ଦାଗ ଠାରୁ ମୁକ୍ତି ପାଇ ପାରିବା। ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ..ଚନ୍ଦନ:
ଯଦି ଆପଣଙ୍କ ମୁହଁରେ କୌଣସି ଖଣ୍ଡିଆର ଚିହ୍ନ ରହିଥାଏ ତେବେ ଚନ୍ଦନ ବ୍ୟବହାର କରିପାରିବା। ଏଥିପାଇଁ ଗୋଟିଏ ଚାମଚ ଚନ୍ଦନ ପାଉଡର, ଅଳ୍ପ ଗୋଲାପ ଜଳ ଓ ଦୁଇ ଚାମଚ କ୍ଷୀର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ସେହି ମିଶ୍ରଣକୁ ଖଣ୍ଡିଆ ଉପରେ ଲଗାନ୍ତୁ। ତାକୁ ୧ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ତାପରେ ନିର୍ଦ୍ଦାରିତ ସମୟ ପରେ ସଫା ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କିଛି ଦିନ ପରେ ଖଣ୍ଡିଆ ଦାଗ ଆସ୍ତେ ଆସ୍ତେ ଦୂର ହୋଇଯିବ।ଲେମ୍ବୁ:
ଖଣ୍ଡିଆ ଦାଗରୁ ମୁକ୍ତି ପାଇବା ପାଇଁ ଲେମ୍ବୁ ସର୍ବୋତ୍ତମ ଅଟେ। ଏଥିରେ ଥିବା ଏସିଟିକ ଅମ୍ଳ ଖଣ୍ଡିଆ ଦାଗକୁ ଛଡାଇବାରେ ସାହାଯ୍ୟ କରିଥାଏ। ଲେମ୍ବୁର ରସ ଚିପୁଡି ଗୋଟିଏ ପାତ୍ରରେ ରଖନ୍ତୁ। ତାପରେ ତୁଳା ସାହାଯ୍ୟରେ ରସକୁ ଖଣ୍ଡିଆ ଦାଗ ଉପରେ ଧିରେ ଧିରେ ଘଷିଲା ପରି ଲଗାନ୍ତୁ। ଏକ ସପ୍ତାହ ପର୍ଯ୍ୟନ୍ତ ଏପରି ସବୁଦିନ କରନ୍ତୁ। ଆସ୍ତେ ଆସ୍ତେ ଖଣ୍ଡିଆ ଦାଗ ଦୂର ହୋଇଯିବ।ମହୁ:
ମହୁ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ଅଟେ। ଏହା ସହ ଆମ ମୁହଁ ପାଇଁ ମଧ୍ୟ ମହୁ ଖୁବ ଭଲ ଅଟେ। ଏହା ଚର୍ମରୁ ମୃତକୋଷ ଗୁଡିକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଗୋଟିଏ ବୁନ୍ଦା ମହୁକୁ ପ୍ରତ୍ୟେକ ଦିନ ଖଣ୍ଡିଆ ଦାଗରେ ଲଗାନ୍ତୁ। କିଛି ଦିନ ପରେ ଖଣ୍ଡିଆର ଦାଗ ଆସ୍ତେ ଆସ୍ତେ ଦୂର ହୋଇଯିବ।କାକୁଡି:
କାକୁଡି ଆମ ମୁହଁକୁ ସତେଜ କରିବା ସହ ଆକର୍ଷଣୀୟ କରିବାରେ ସାହାଯ୍ୟ କରିଥାଏ। ଏହା ଦାଗକୁ ଦୂର କରିବା ସହ ଆଖପାଖର ଶୁଷ୍କ ତ୍ୱଚାକୁ ନରମ କରିଥାଏ। ଖଣ୍ଡିଆ ଚିହ୍ନରୁ ମୁକ୍ତି ପାଇବା ପାଇଁ କାକୁଡିର ପେଷ୍ଟ ପ୍ରସ୍ତୁତ କରି ଲଗାନ୍ତୁ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories