ଛତିଆ: ରାଜ୍ୟର ଜଣେ ସୁନାମଧନ୍ୟ ପ୍ରବଚକ ଚିତ୍ତରଞ୍ଜନ ତ୍ରିପାଠୀଙ୍କର କରୋନାରେ ପରଲୋକ ହୋଇଯାଇଛି। ତିନି ଦିନ ହେଲା ସେ କରୋନାରେ ସଂକ୍ରମିତ ହୋଇ କଟକ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କର ଅବସ୍ଥା ଅଧିକ ଖରାପ ହୋଇଥିଲା ଏବଂ ରବିବାର ଦିନ ତାଙ୍କର ପରଲୋକ କରିଛନ୍ତି।
ସ୍ବର୍ଗତ ଚିତ୍ତରଞ୍ଜନ ତ୍ରିପାଠୀଙ୍କ ଘର ଯାଜପୁର ଜିଲା ବଡଚଣା ବ୍ଲକର ଛତିଆ ଅଞ୍ଚଳ ନେଳିଆ ଶାସନରେ ବୋଲି ଜଣାପଡ଼ିଛି। ସେ ବହୁ ବର୍ଷ ହେଲା ସ୍ଥାନୀୟ ଅଞ୍ଚଳରେ ଜଣେ ପ୍ରବଚକ ଭାବେ ଖ୍ୟାତି ଅର୍ଜନ କରିଥିଲେ। ଏହାସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଚନ ଦେଇ ସୁନାମ ଅର୍ଜନ କରିଥିଲେ। ମାନସ ଚକ୍ର ଉପାଧି ପାଇଥିବା ପ୍ରବଚକ ଚିତ୍ତରଞ୍ଜନ ତ୍ରିପାଠୀ ପ୍ରାର୍ଥନା ଚାନେଲ ସହିତ ବିଭିନ୍ନ ଚାନେଲରେ ପ୍ରବଚନ ଦେଇ ଆସୁଥିଲେ। ତାଙ୍କର ପରଲୋକ ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ଏନେଇ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଜନ୍ମଜୟ ଲେଙ୍କା, ପୁର୍ବତ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହ୍ଲାଦ ନନ୍ଦ, ଅମର ନାୟକ, ମାଧବାନନ୍ଦ ମହାପାତ୍ର ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି।



