www.samajalive.in
Monday, December 8, 2025
24.1 C
Bhubaneswar

ମାଓ ଭୟ, କାମଧନ୍ଦା ଅଭାବ: ଲୋକେ ଛାଡ଼ିଲେ ଭିଟାମାଟି

ଚିତ୍ରକୋଣ୍ଡା: ମାଲକଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଦୁଇଟି ପଞ୍ଚାୟତ ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବାରଗୋଟି ଗ୍ରାମ ଖଜୁରୀଗୁଡା, ବିହନଗୁଡ଼ି, ଖାଲପଦର, ତାରାବେଢା, ମାଟିଖାଲ, ଲାଡିଗୁଡ଼ା, ବେଜିଙ୍ଗ, ତାଲପଦର, ଦୁଡ଼ମାଗୁଡା, ପଳାସପଦର ,ଡଲିଅମ୍ବ, ମୁତାମ୍ବ, ଗମେଲପୁଟ, ଡ଼ଙ୍ଗରପଦର, ଦୋରାଗୁଡା ମାଓ ଭୟ ଏବଂ କାମ ଧନ୍ଦା ଅଭାବରୁ ଭିଟାମାଟି ଛାଡିଲେ ୮୫ରୁ ଅଧିକ ଲୋକ। ଗାଁ ଛାଡ଼ି ଦୁଇ ଦିନ ହେଲା ଚିତ୍ରକୋଣ୍ଡା ରାଜଲକୋଣ୍ଡା ନିକଟସ୍ଥ ବଡ଼ଫାର୍ମ ପାଖ ଜଙ୍ଗଲରେ ଅସ୍ଥାୟୀ ଭାବରେ ଜରି ବାନ୍ଧି ରହିଥିଲେ।

- Advertisement -

ପୂର୍ବରୁ ଉକ୍ତ ସରକାରୀ ଜମିରେ ରାଜଲକୋଣ୍ଡା ଗ୍ରାମବାସୀ ଚାଷବାସ କରୁଥିଲେ। ଉକ୍ତ ଜମି ଜମିରେ ସେମାନେ ଆସି ରହିଥିବାରୁ ରାଜଲକୋଣ୍ଡା ଗ୍ରାମବାସୀ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରାଙ୍କୁ ଲିଖିତ ଭାବେ ଜଣାଇ ଥିଲେ l ଉକ୍ତ ଖବର ପ୍ରଶାସନ ପାଖରେ ନଥିଲା। ରାଜଲକୋଣ୍ଡା ଗ୍ରାମବାସୀଙ୍କ ଠାରୁ ସୂଚନା ପାଇବା ପରେ ଲୋକଙ୍କ ସମସ୍ୟା ବୁଝିବା ସହ ସେମାନଙ୍କୁ ଥଇଥାନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ଏବଂ ପୁଲିସ ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିସ୍ଥାପିତ ଗ୍ରାମବାସୀଙ୍କ ସହ ତହସିଲ ପ୍ରଶାସନ ଓ ପୁଲିସ ପ୍ରଶାସନ ମଧ୍ୟରେ ଆଲୋଚନା ଜାରି ରହିଥିବା ଜଣାଯାଇଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories