www.samajalive.in
Monday, December 8, 2025
14.1 C
Bhubaneswar

ତାଜିକିସ୍ତାନର ପାମିର୍‌ ପର୍ବତ ଉପରେ ଚୀନର ନଜର

ନୂଆଦିଲ୍ଲୀ: ଏସିଆ ମହାଦେଶରେ ଶକ୍ତିଶାଳୀ ହେବାକୁ ଚୀନର ଷଡ଼ଯନ୍ତ୍ର କ୍ରମଶଃ ଅଶାନ୍ତ ବାତାବରଣ ସୃଷ୍ଟି କରିବାରେ ଲାଗିଛି। ଚୀନର ବିସ୍ତାରବାଦ ନୀତି ବିଭିନ୍ନ ଦେଶ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଭାରତ, ଭୂଟାନ ପରେ ତାଜିକିସ୍ତାନର ଅଞ୍ଚଳ ଉପରେ ଚୀନ ନଜର ପକାଇଛି। ତାଜିସ୍ତାନର ପାମିର୍‌ ପର୍ବତକୁ ନିଜର ବୋଲି ଦାବି କରିଛି ଚୀନ। ମୁସଲମାନ ବହୁତ ତାଜିକିସ୍ତାନର ୯୦ ପ୍ରତିଶତ ଭୂପୃଷ୍ଠ ପାର୍ବତ୍ୟାଞ୍ଚଳ। ଏହି ଅଞ୍ଚଳରେ ଆସୁଥିବା ପାମିର ପର୍ବତ ଚୀନର ବୋଲି ଚୀନ ସରକାରୀ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି। ଏହି ପର୍ବତଟି ଆଫଗାନିସ୍ତାନ ଏବଂ ଚୀନ ସୀମାକୁ ଲାଗି ରହିଛି।

ଚୀନର ଜଣେ ଐତିହାସିକ ସରକାରୀ ସୂତ୍ରକୁ ଆଧାର କରି ଏପରି ଦାବି କରିଛନ୍ତି। ତାଜିକିସ୍ତାନର ପାମିର ପର୍ବତ ଚୀନର ଏବଂ ତାହାକୁ ଚୀନକୁ ଫେରାଇଦେବା ଜରୁରୀ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏ ସମ୍ପର୍କରେ ଚୀନର ଶାସକ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କିଛି କୁହାଯାଇ ନ ଥିବାବେଳେ ତାଜିକିସ୍ତାନ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ। ତେବେ ଚୀନ ବାରମ୍ବାର ବିଭିନ୍ନ ଦେଶ ସହିତ ଏଭଳି ଆଞ୍ଚଳିକ ବିବାଦ ସୃଷ୍ଟି କରି ସମଗ୍ର ଏସିଆରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ଦେଶ୍ୟ ରଖିଥିବା କୁହାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories