www.samajalive.in
Wednesday, December 10, 2025
18.1 C
Bhubaneswar

ଅମରନାଥ ଯାତ୍ରା ପଣ୍ଡ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ : ଭାରତୀୟ ସେନା

ଶ୍ରୀନଗର : ପାକିସ୍ତାନ କାଶ୍ମୀରରେ ଶାନ୍ତି ଭଙ୍ଗ କରି ଅସ୍ଥିରତା ସୃଷ୍ଟି କରିବା ପାଇଁ ଚାହୁଁଛି। ହେଲେ ପାକିସ୍ତାନକୁ ତାର ଚେଷ୍ଟାରେ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଶୁକ୍ରବାର ଚିନାର କୋର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ କେଜେଏସ୍‍ ଢିଲୋନ ଏବଂ ଜାମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂହ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଢିଲୋନ ଏବଂ ଦିଲବାଗ ସିଂହ କହିଛନ୍ତି ଯେ ପାକିସ୍ତାନ ପଟୁ ଆତଙ୍କବାଦୀଙ୍କ ଅନୁପ୍ରବେଶର ଜବାବ ସଫଳତାର ସହ ଦିଆଯାଉଛି। ପାକିସ୍ତାନ ସେନା ଘାଟିରେ ଆତଙ୍କ ଖେଳାଇବାକୁ ଚେଷ୍ଟା କରୁଛି। ଅମରନାଥ ଯାତ୍ରା ପଣ୍ଡ କରିବାକୁ ପାକିସ୍ତାନ ଚେଷ୍ଟା କରୁଥିଲା । ଏନେଇ ଗୁଇନ୍ଦା ସଂସ୍ଥାରୁ ସୂଚନା ମିଳିବା ପରେ ଭାରତୀୟ ସେନା ଆଲର୍ଟ ରହି ପାକିସ୍ତାର ସମସ୍ତ ଉଦ୍ୟମକୁ ପଣ୍ଡ କରିଥିଲା । ଘାଟିରେ ଆତଙ୍କବାଦୀଙ୍କ ନିକଟରୁ ପାକିସ୍ତାନ ସେନା ଦ୍ବାରା ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଆତଙ୍କବାଦୀଙ୍କ ନିକଟରୁ ଲ୍ୟାଣ୍ଡ ମାଇନ, ଅତ୍ୟାଧୁନିକ ଆଇଆଇଡି ଓ ଆମେରିକା ନିର୍ମିତ ରାଇଫଲ ଜବତ କରାଯାଇଛି ।  ଗତ କିଛି ଦିନ ଧରି ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଚାଲିଛି । ଜୁଲାଇ ୩୦ରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା। ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାକିସ୍ତାନ ସେନା ଏପରି କରୁଛି ବୋଲି ସନ୍ଦେହ କରାଯାଉଛି । ଏବେ ଘାଟିରେ ଆଇଆଇଡି ବିସ୍ଫୋରଣର ଅଧିକ ବିପଦ ରହିଛି। ଭାରତୀୟ ସେନା ଗିରଫ କରିଥିବା ଆଇଆଇଡି ବିଶେଷଜ୍ଞ ଆତଙ୍କବାଦୀମାନେ ଏହା ପଛରେ ପାକିସ୍ତାନର ହାତ ଥିବା ସ୍ୱୀକାର କରିଛନ୍ତି। ଶାନ୍ତିରେ ବାଧାସୃଷ୍ଟି କରିବାକୁ ଦିଆଯିବ ନାହିଁ ବୋଲି କାଶ୍ମୀରବାସୀଙ୍କୁ ଆଶ୍ୱସନା ଦିଆଯାଇଛି।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories