www.samajalive.in
Sunday, December 7, 2025
16.1 C
Bhubaneswar

ଟ୍ରମ୍ପଙ୍କ ବିଜୟ ସପକ୍ଷରେ ରୁଷ, ବାଇଡ଼େନଙ୍କ ବିଜୟ ଚାହୁଁଛି ଚୀନ: ମାର୍କିନ ଗୁଇନ୍ଦା ଅଧିକାରୀ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ସେ ଦେଶ ପାଇଁ ଯେତେ ଗୁରୁତ୍ଵପୂର୍ଣ୍ଣ ବିଶ୍ଵ ପାଇଁ ମଧ୍ୟ ଅନୁରୂପ ଭାବରେ ଗୁରୁତ୍ଵପୂର୍ଣ୍ଣ । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଦୁଇ ମିତ୍ର ରାଷ୍ଟ୍ର ଚୀନ-ରୁଷ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି ବୋଲି ସୂଚନା ଦେଇଛନ୍ତି ଜଣେ ଆମେରିକୀୟ ଗୁଇନ୍ଦା ଅଧିକାରୀ । ଏହି ଅଧିକାରୀ କହିଛନ୍ତି ଯେ ରୁଷ ଆମେରିକା ରାଷ୍ଟ୍ରପତି ଭାବରେ ଜୋ ବାଇଡ଼େନଙ୍କୁ ନିର୍ବାଚିତ ଦେଖିବାକୁ ଚାହୁଁନାହିଁ, ଅନ୍ୟପକ୍ଷରେ ଚୀନ୍‌ ଚାହୁଁଛି ଡ଼ୋନାଲ୍ଡ଼ ଟ୍ରମ୍ପ ନିର୍ବାଚନରେ ହାରନ୍ତୁ । ଅର୍ଥାତ୍ ଚୀନ ଜୋ ବାଇଡ଼େନଙ୍କୁ ବିଜୟୀ ଦେଖିବାକୁ ଚାହୁଁଥିବାବେଳେ ଟ୍ରମ୍ପଙ୍କୁ ରୁଷ ସମର୍ଥନ କରୁଛି। ଏହାକୁ ନେଇ ଦୁଇ ମିତ୍ରଦେଶ ଚୀନ-ରୁଷ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି ।

ଆମେରିକାର ଗୁଇନ୍ଦା କାର୍ଯ୍ୟକ୍ରମକୁ ସୁରକ୍ଷା ଦେଉଥିବା ନେସନାଲ କାଉଣ୍ଟର ଇଣ୍ଟେଲିଜେନ୍ସ ଏଣ୍ଡ ସିକ୍ୟୁରିଟି ସେଣ୍ଟର (ଏନସିଏସି)ର ପ୍ରମୁଖ ବିଲିୟମ ବିବାନିନା ଶୁକ୍ରବାର ରୁଷ ପ୍ରସଙ୍ଗରେ ଏପରି ମତ ଦେଇଛନ୍ତି । ଏହା କୁହାଯାଉଛି ଯେ ଟ୍ରମ୍ପଙ୍କୁ ପୁନର୍ବାର ରାଷ୍ଟ୍ରପତି ନିର୍ବାଚିତ କରିବା ପାଇଁ ରୁଷ ପ୍ରୟାସ କରୁଛି ଏବଂ ନିଜ ଗୁଇନ୍ଦା ସଂସ୍ଥାକୁ ଏହି କାର୍ଯ୍ୟରେ ଲଗାଇଛି । ଟ୍ରମ୍ପଙ୍କ ନିମନ୍ତେ ଏହା ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ ହୋଇଛି । ଏପରିକି ୨୦୧୬ ନିର୍ବାଚନରେ ଟ୍ରମ୍ପଙ୍କୁ ବିଜୟୀ କରିବାରେ ରୁଷ ସହାୟତା କରିଥିବା ହେଉଥିବା ଚର୍ଚାକୁ ସେ ଖଣ୍ଡନ କରିଛନ୍ତି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories