www.samajalive.in
Wednesday, December 10, 2025
18.1 C
Bhubaneswar

ଚୀନ ଉପରେ ଖପ୍ପା ସାରା ବିଶ୍ୱ – ସୁଯୋଗ ଅପେକ୍ଷାରେ ଭାରତ

ନୂଆଦିଲ୍ଲୀ: ବର୍ତ୍ତମାନ କୋରୋନାକୁ ନେଇ ସମଗ୍ର ବିଶ୍ୱ ଚୀନ ଉପରେ ଖପ୍ପା। ଏପରିକି ଚୀନର ଆର୍ଥିକ ବ୍ୟବସ୍ଥାକୁ ଭୁଶୁଡ଼ାଇବାକୁ ମଧ୍ୟ ପ୍ରୟାସ ଅନ୍ୟ ରାଷ୍ଟ୍ରଗୁଡ଼ିକ କୁଟନୈତିକ ରଣନୀତି ଆରମ୍ଭ କରିସାରିଲେଣି। ନିକଟରେ ଜାପାନ, ଆମେରିକା, ଦକ୍ଷିଣ କୋରିଆ ପ୍ରମୁଖ ରାଷ୍ଟ୍ର ଗୁଡ଼ିକ ଚୀନରୁ ତାଙ୍କ ଶିଳ୍ପକୁ ହଟାଇବାକୁ ସୂଚନା ଦେଇଥିଲେ। ଏପରିକି ଜାପାନ ତାର କାର୍ଯ୍ୟ ଆରମ୍ଭ କରିଦେଇଥିବା ସୂଚନା ରହିଛି। ସେପଟେ ଭାରତ ମଧ୍ୟ ତାର କୂଟନୈତିକ ରଣନୀତି ଆରମ୍ଭ କରିଦେଇଛି।

ଏହି କ୍ରମରେ ଦେଶରେ ଶିଳ୍ପର ସମୃଦ୍ଧି ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି। ଆଉ ଏହାର ଭରପୁର ସୁଯୋଗ ନେବା ପାଇଁ ପ୍ରୟାସ ଆରମ୍ଭ କରିଛି ଭାରତ। ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଦୁଇ ନେତା ମଧ୍ୟ କୋରୋନା ମୁକାବିଲା ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିଥିବା ଜଣାପଡ଼ିଛି। ଏହା ସହିତ ଚୀନ ବିପକ୍ଷରେ କିପରି ଏକ ଆର୍ଥିକ ଯୁଦ୍ଧ କରାଯିବ ସେ ନେଇ ମଧ୍ୟ ସବିଶେଷ ଆଲୋଚନା କରିଥିବା ଜଣାପଡ଼ିଛି।

- Advertisement -

ସୂଚନା ଯୋଗ୍ୟ ଚୀନରୁ ଜାପାନ ତାର କମ୍ପାନୀକୁ ମଧ୍ୟ ହଟାଇବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ତେବେ ସେହି କମ୍ପାନୀଗୁଡ଼ିକୁ ଭାରତକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସେପଟେ ମୋଦୀ ଓ ଆବେଙ୍କ ମଧ୍ୟରେ ଆଲୋଚନା ବେଶ ଗୁରୁତ୍ୱ ବହନ କରେ। କାରଣ ଜାପାନର ପଦକ୍ଷେପ ପରେ ଦୁନିଆର ଅନ୍ୟ ପ୍ରମୁଖ ରାଷ୍ଟ୍ରଗୁଡ଼ିକ ମଧ୍ୟ ଚୀନରୁ ନିଜର ଶିଳ୍ପ ଗୁଡ଼ିକ ହଟାଇବାକୁ ଉଦ୍ୟମ କରୁଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories