www.samajalive.in
Tuesday, December 9, 2025
15.1 C
Bhubaneswar

ଉତ୍ତମ ବନ୍ଧୁର ଦାୟିତ୍ୱ ତୁଲାଇଛି ଭାରତ – ଆମେରିକା

ନୂଆଦିଲ୍ଲୀ: କୋରୋନା ସଂକଟ ବେଳେ ଏକ ଉତ୍ତମ ବନ୍ଧୁର ଦାୟିତ୍ୱ ତୁଲାଇଛି ଭାରତ। ଆମେରିକାକୁ ଏହି ସଂକଟ ସମୟରେ ହାଇଡ୍ରୋକ୍ଲୋରୋ କୁଇନ ବଟିକା ଦେଇ ସଂକଟ ସମୟରେ ସହାୟତାର ହାତ ବଢାଇଛି ଭାରତ। ସେପଟେ ଏହି ସହାୟତା ପାଇଁ ଭାରତକୁ ଭୁରି ଭୁରି ପ୍ରଶଂସା କରିଛି ଆମେରିକି। ଏପରିକି ଆମେରିକା ଯଥା ସମ୍ଭବ ଋଣ ସୁଝିବାକୁ ପ୍ରୟାସ କରିଛି।

ମିଳିଥିବା ସୂଚନା ମୁତାବକ ଆମେରିକା ଏହି ଔଷଧ ପାଇବା ପରେ ଭାରତୀୟ କମ୍ପାନୀ ଗୁଡ଼ିକ ପାଇଁ ଆମେରିକା ତାର ବଜାରକୁ ଖୋଲି ଦେଇଛି। ଆମେରିକା ହେଉଛି ଦୁନିଆର ସବୁଠାରୁ ବଡ଼ ଫାର୍ମା ବଜାର। କୋରୋନା ପୂର୍ବରୁ ଭାରତୀୟ ଔଷଧ କମ୍ପାନୀ ଗୁଡିକ ପାଇଁ ଆମେରିକାରେ ନିଜର ବ୍ୟବସାୟ କରିବାକୁ ଅନେକ ସମସ୍ୟା ସୃଷ୍ଟି ହେଉଥିଲା। ଆମେରିକୀୟ ସଂସ୍ଥା ଯାହାର ନାମ ଏଫଡିଏ ଭାରତୀୟ କମ୍ପାନୀ ଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରୁଥିଲା।

- Advertisement -

ସୂଚନା ଯୋଗ୍ୟ ଆମେରିକା ଯେତେବେଳେ ହାଇଡ୍ରୋକ୍ଲୋରୋ କୁଇନ ଭାରତକୁ ମାଗିଥିଲା, ସେତେବେଳେ ମୋଦି ଏକାଧିକ ପ୍ରସ୍ତାବ ଆମେରିକା ସମ୍ମୁଖରେ ରଖିଥିଲେ। ସେଗୁଡ଼ିକ ମଧ୍ୟରେ ଏହି ଫାର୍ମା ବଜାରର ସମସ୍ୟାକୁ ହଟାଇବା ପାଇଁ ଆମେରିକାକୁ କହିଥିଲେ। ଏହି ସମସ୍ୟା ହଟିଗଲେ ସେଠାରେ ଏହି ହାଇଡ୍ରାକ୍ଲୋରୋ କୁଇନ ସହଜରେ ଉପଲବ୍ଧ ହୋଇ ପାରିବ ବୋଲି ମୋଦି କହିଥିଲେ। ତେବେ ଏହି ଅନୁମତି ମିଳିବା ପରେ ସିପ୍ଲା, ଅରୋବିନ୍ଦ, ଅଜନ୍ଥା, କ୍ୟାଡ଼ିଲା, ଗ୍ରନୁଲେସ, ଡା। ରେଡ୍ଡୀସ ଲ୍ୟାବ, ଲୁପିନ, ଷ୍ଟ୍ରାଇଡ଼ସ, ବାଇକନ, ଆଇପିସିଏ ପ୍ରମୁଖ କମ୍ପାନୀ ଗୁଡ଼ିକ ଆମେରିକାରେ ବ୍ୟବସାୟ କରିପାରିବେ ବୋଲି ସୂଚନା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories