ନୂଆଦିଲ୍ଲୀ : ୨୦୦୮ରେ ହୋଇଥିବା ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ସବୁଠାରୁ ବଡ ଭୟାନକ ଥିଲା ବୋଲି ପ୍ରାୟ ୧୧ ବର୍ଷ ପରେ ଚୀନ ମାନିଛି । ଲଶ୍କର-ଏ-ତୋଏବା ମୁମ୍ବାଇର ତାଜ୍ ହୋଟେଲ ସମେତ ଅନେକ ସ୍ଥାନରେ ଆକ୍ରମଣ କରିଥିଲା। ଏଥିରେ ୧୬୬ ଜଣ ପ୍ରାଣ ହରାଇଥିଲେ । ଶିନଜିୟାଙ୍ଗ ପ୍ରାନ୍ତରେ ଆତଙ୍କବାଦୀଙ୍କ ବିରୋଧରେ ବଡ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜାରି ହୋଇଥିବା ଶ୍ୱେତ ପତ୍ରରେ ଚୀନ କହିଛି ଯେ, ଗତ କିଛି ବର୍ଷ ମଧ୍ୟରେ ଆତଙ୍କବାଦ ବିଶ୍ବ ସ୍ତରରେ ଉଗ୍ର ରୂପ ଧାରଣ କରିଛି । ଏହାର କାରଣରୁ ମାନବ ସଭ୍ୟତା ଉପରେ ଏହାର ବିଶେଷ ପ୍ରଭାବ ପଡିଛି । ଚୀନର ଷ୍ଟେଟ୍ କାଉଂସିଲ୍ ଇନଫର୍ମେସନ୍ ଅଫିସ୍ ଦ୍ୱାରା ଜାରି ଏହି ପତ୍ରରେ ଆତଙ୍କବାଦ ଏବଂ ଉଗ୍ରବାଦ ଶାନ୍ତି, ବିକାଶ ଏବଂ ଲୋକଙ୍କ ଜୀବନକୁ ବିପଦରେ ପକାଉଛି । ଏହା ସହ ମୁମ୍ବଇ ଆକ୍ରମଣକୁ ଏହି ଶ୍ୱେତ ପତ୍ରରେ ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଇଛି । ଏହି ଶ୍ବେତ ପତ୍ରକୁ ଏଭଳି ସମୟରେ ଜାରି କରାଯାଇଛି, ଯେତେବେଳେ ପାକ୍ ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେସୀ ଚୀନ ଗସ୍ତରେ ଯାଇଛନ୍ତି ଏବଂ ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ନକରିବା ପାଇଁ ବେଜିଂ ଉଦ୍ୟମ କରିଛି ।
୧୧ ବର୍ଷ ପରେ ମାନିଲା ଚୀନ ; ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ସବୁଠୁ ଭୟାନକ
Popular Categories



