ଶିଶୁ ବିକ୍ରି ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଟେରେସାଙ୍କ ଭାରତ ରତ୍ନ ସମ୍ମାନ ଫେରାଇବାକୁ ଦାବି

0

ନୂଆଦିଲ୍ଲୀ: ଆରଏସଏସ ଓ ବିଜେପିର ବରିଷ୍ଠନେତା ପକ୍ଷରୁ ରାଞ୍ôଚସ୍ଥିତ ମିଶନାରିଜ ଅଫ ଚ୍ୟାରିଟି କେନ୍ଦ୍ରରେ ଶିଶୁ ବିକ୍ରି ଅଭିଯୋଗ ପ୍ରମାଣିତ ହେଲେ ଦିବଂଗତ ମଦର ଟେରେସାଙ୍କ ଭାରତ ରତ୍ନ ସମ୍ମାନ ଫେରାଇ ନେବାକୁ ଦାବି କରାଯାଇଛି। ଆରଏସଏସର ଦିଲ୍ଲୀ ପ୍ରଚାର ମୁଖ୍ୟ ରାଜୀବ ତୁଲୀ ଗଣମାଧ୍ୟମରେ ଏଭଳି ମନ୍ତବ୍ୟ ଦେଇଥିବାବେଳେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଏହାକୁ ସମର୍ଥନ କରିଛନ୍ତି। ତୁଲୀ ତାଙ୍କ ବକ୍ତବ୍ୟରେ ଭାରତୀୟମାନେ ଭାରତ ରତ୍ନରେ କୌଣସି ଦାଗ ଲାଗୁ ଏହା ଚାହୁଁ ନାହାନ୍ତି। ମଦର ଟେରେସାଙ୍କୁ ୧୯୮୦ରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇ ଥିଲା। ଅପରପକ୍ଷରେ ମଦର ଟେରେସାଙ୍କ ନାମରେ ଏଭଳି ଅପପ୍ରଚାରକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରତିବାଦ କରିଛନ୍ତି। ଟେରେସାଙ୍କ ଭାବମୂର୍ତ୍ତିକୁ କଳୁଷିତ କରିବା ଉଦ୍ଦେଶ୍ୟରେ ଏହା ଆରଏସଏସ ଓ ବିଜେପିର ଏକ ଚାଲ ବୋଲି ମମତା ମନ୍ତବ୍ୟ ଦେଇଛନ୍ତି।

Leave A Reply