www.samajalive.in
Monday, December 8, 2025
13.1 C
Bhubaneswar

ଶିଶୁ ଅପହରଣ ପ୍ରସଙ୍ଗ: ମାନବାଧିକାର ଆୟୋଗ ଅଧ୍ୟକ୍ଷ ଓ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷାଙ୍କୁ କଂଗ୍ରେସର ସ୍ମାରକପତ୍ର

ଭୁବନେଶ୍ୱର:  ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ରାଜ୍ୟ ମହିଳା କଂଗ୍ରେସ କମିଟି ସଭାପତି  ବନ୍ଦିତା ପରିଡ଼ାଙ୍କ ନେତୃତ୍ୱରେ ପିସିସିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଓ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କୁ ଭେଟି ରାଜ୍ୟରେ ଶିଶୁ ଅପହରଣ ପ୍ରସଙ୍ଗରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଦଳ ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି ଯେ ରାଜ୍ୟରେ ନାବାଳିକା ମାନଙ୍କର ଅପହରଣ ସମସ୍ତ ସୀମା ଟପିଛି ବୋଲି ଦୃଷ୍ଟି ଆକର୍ଷଣ କରିଥିଲେ। ପିହୁ, ସ୍ୱାତୀ ଓ ବିଷ୍ଣୁପ୍ରିୟାର ଅପହରଣ ଓ ପରେ ଗଳାକାଟି ବିଷ୍ଣୁପ୍ରିୟାକୁ ହତ୍ୟା କରିବା ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ଗଭୀର ମର୍ମାହତ କରିଛି। ପୁଲିସର ମନ୍ଥର ତଦନ୍ତ ଫଳରେ ଏପରି ଘଟଣା ଘଟଉଥିବା ର‍୍ୟାକେଟ୍‍କାରୀଙ୍କ ମନୋବଳ ବୃଦ୍ଧି ପାଇବା ଅତ୍ୟନ୍ତ ଲଜ୍ଜ୍ୟାଜନକ ଘଟଣା। ଚାରିଆଡ଼େ ଏକ କୋକୁଆ ଭୟରେ ଅଭିଭାବକ ଓ ନିଖୋଜ ଶିଶୁ ପରିବାରବର୍ଗ ଜର୍ଜରିତ। ତୁରନ୍ତ ଘଟଣାସ୍ଥଳକୁ ପରିଦର୍ଶନ କରି ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ପ୍ରତିନିଧି ମଣ୍ଡଳୀ ଦୃଢ଼ ଦାବି କରିଥିଲେ। ଏପରି ଦୁଃଖଦାୟକ, ସମ୍ବେଦନଶୀଳ ଓ ସ୍ପର୍ଷକାତର ଘଟଣା ଦିନକୁ ଦିନ ମାତ୍ରାଧିକ ଭାବରେ ବୃଦ୍ଧିପାଇବା ରାଜ୍ୟ ସରକାରଙ୍କ ଅସଲ ଚେହେରା, ଚିତ୍ର, ଚରିତ୍ର, ଚାଲ ଓ ପାରିବାପଣିଆର ପର୍ଦ୍ଦାଫାସ କରୁଅଛି। ମୁଖ୍ୟମନ୍ତ୍ରୀ ରାଜ୍ୟର ଉପରୋକ୍ତ ଘଟଣାବଳି ଗୁଡ଼ିକର ସଠିକ୍‍ ତଦନ୍ତ ଅବିଳମ୍ବେ କରାଇ ଲୋକଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି ନକରି ପାରିଲେ ବାଧ୍ୟହୋଇ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି  ପ୍ରଦୀପ ମାଝୀ ମତବ୍ୟକ୍ତ କରିଛନ୍ତି।

- Advertisement -

ମାଆ, ଭଉଣୀ ଓ ଝିଅ ମାନଙ୍କର ସହନଶକ୍ତିକୁ ରାଜ୍ୟ ସରକାର ପରୀକ୍ଷା ନକରି ତ୍ୱରିତ ନ୍ୟାୟ ଦେବାକୁ କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ ଦୃଢ଼ ଦାବି କରିଛନ୍ତି। ଉପରୋକ୍ତ ଘଟଣାକୁ ନେଇ ରାଜ୍ୟ ପୁଲିସ  ମହାନିର୍ଦ୍ଦେଶକଙ୍କୁ ଭେଟିବାକୁ ଆଜି ଅନୁମତି ମଗାଯାଇଥିଲେ ବି ଡିଜି ମହାଶୟ କଂଗ୍ରେସ ପ୍ରତିନିଧି ମଣ୍ଡଳୀଙ୍କୁ ସମୟ ନ ଦେବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ପରିଡ଼ା ମତବ୍ୟକ୍ତ କରିଥିଲେ। ଯେପର୍ଯ୍ୟନ୍ତ ତମାମ ପ୍ରସଙ୍ଗରେ ନିଖୋଜ ଶିଶୁ ପରିବାର ବର୍ଗଙ୍କୁ ନ୍ୟାୟ ନମିଳିଛି କଂଗ୍ରେସ ଦଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନିରନ୍ତର ଧାରଣା, ପ୍ରତିବାଦ, ଆନ୍ଦୋଳନ ଓ ବିକ୍ଷୋଭ ଜାରି ରଖିବ ବୋଲି କଂଗ୍ରେସ ନେତା ପଦ୍ମାକର ଗୁରୁ ମତବ୍ୟକ୍ତ କରିଛନ୍ତି। ରାଜ୍ୟରେ ସମସ୍ତ ଘଟଣାକୁ ନେଇ ରାଜ୍ୟ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ ଦଳର ଅନ୍ୟତମ ପ୍ରବକ୍ତା ସୁଦର୍ଶନ ଦାସ କହିଥିଲେ। ସମସ୍ତ ଘଟଣାର ସବିଶେଷ ବିବରଣୀ ଶୁଣିଲାପରେ ତଦନୁଯାୟି କାର୍ଯ୍ୟକ୍ରମ ଯଦି ନହୁଏ ରାଜ୍ୟରେ ଏକ ଭୟାବହ ପରିସ୍ଥିତି ସୃଷ୍ଟିର ଆଶଙ୍କାକୁ ଏଡ଼ାଇ ଦିଆନଯାଇପାରେ ବୋଲି କଂଗ୍ରେସ ପ୍ରତିନିଧି ମଣ୍ଡଳୀ ଅଧ୍ୟକ୍ଷା ଓ ଅଧ୍ୟକ୍ଷଙ୍କୁ ଅବଗତ କରିଥିଲେ। ପ୍ରକାଶ ଥାଉକି ତମାମ ପ୍ରସଙ୍ଗରେ କଂଗ୍ରେସ ଦଳ ନିଖୋଜ ଶିଶୁମାନଙ୍କର ପରିବାରବର୍ଗଙ୍କୁ ସାକ୍ଷାତ କରି ସେମାନଙ୍କୁ ନ୍ୟାୟ ଦେବାକୁ ଆପ୍ରାଣ ଉଦ୍ୟମ ଜାରି ରଖିବ ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ।

ଏହି ପ୍ରତିିନିଧି ଦଳରେ ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରାକ୍ତନ ମନ୍ତ୍ରୀ  ବିଜୟଲକ୍ଷ୍ମୀ ସାହୁ, ପଦ୍ମାକର ଗୁରୁ, ବରୀ ବିଧାୟକ ପ୍ରାର୍ଥୀ ଉମେଶ ଜେନା, ନରେଶ ମହାନ୍ତି, ସୁଦର୍ଶନ ଦାସ, କୁସୁମ ପ୍ରଧାନ, ସଂଜୀବ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories