www.samajalive.in
Sunday, December 7, 2025
23.1 C
Bhubaneswar

ଡିଆରଡିଏର ସମୀକ୍ଷା ବୈଠକ ; ଉନ୍ନୟନ କାମର ମନ୍ଥରତା ନେଇ ବର୍ଷିଲେ ଜିଲାପାଳ

ନବରଙ୍ଗପୁର : ଜିଲାର ବହୁ ଉନ୍ନୟନ ଯୋଜନା ମନ୍ଥରଗତିରେ ଚାଲିଛି। ବାରମ୍ବାର କହିବା ପରେ ମଧ୍ୟ କାମର ଆବଶ୍ୟକ ଅଗ୍ରଗତୀ ହୋଇ ପାରୁନି। ସରକାରଙ୍କର ବହୁଜନହୀତକର ଯୋଜନାର ଆଶାନୁରୂପକଭାବେ ଆଗେଇ ପାରୁନି, ବହୁ ଯୋଜନା ଲୋକଙ୍କର ନିକଟକୁ ପହଞ୍ଚି ପାରୁନି। କେତେକ କାମରେ ଅନୀୟମିତତା ପରିଲକ୍ଷିତ ହେଉଥିବା କହି ସିଧାସଳଖ ବିଡିଓ ଓ ସହକାରୀଯନ୍ତ୍ରୀଙ୍କର ଉପରେ ବର୍ଷିଛନ୍ତି ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର। ମିଶନଶକ୍ତି ହଲ ଠାରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ)ର ସମୀକ୍ଷା ବୈଠକରେ ଯୋଗଦେଇ ସେ ଜିଲାର ଉନ୍ନୟନ କାମ ଅଗ୍ରଗତୀ ନେଇ ନାପସନ୍ଦ କରିବା ସହ ବ୍ଳକ ପ୍ରଶାସନ ଆହୁରି ଲୋକଙ୍କର ନିକଟତର ହୋଇ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟସରକାର ସ୍ୱଚ୍ଛତା  ଉପରେ ଗୁରୁତ୍ୱଦେଉଛନ୍ତି। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ବଳକା କାମ ତୁରନ୍ତ ସାରିବାକୁ ସେ କଡା ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ଏମଜିଏନଆଇଜିଏସ ଯୋଜନାରେ ଶ୍ରମିକଙ୍କୁ କର୍ମନିଯୁକ୍ତି, ସମୟନୁସାରେ କାମ ଓ ମଜୁରୀ ପ୍ରଦାନରେ କେତେକ ବ୍ଲକରେ ବିଳମ୍ବ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ମୋ  ଉପକାରୀ ବଚିଚା, ପଶୁ ଖାଦ୍ୟ ଚାଷ ସଂପର୍କରେ ସମୀକ୍ଷା କରିଥିଲେ। ଗ୍ରାମୀଣ ଆବାସ ଯୋଜନାର ସମୀକ୍ଷା କରିବା ସହ ପ୍ରଧାନମନ୍ତ୍ରୀ ଅବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାର ଅଗଗ୍ରତି ନେଇ ସେ ଅଧିକ ତ୍ୱରାନ୍ୱୀତ କରିବାକୁ କହିଥିଲେ। ଓଡିଶା ଜୀବୀକା ମିଶନରେ ବ୍ଲକ ୱାରୀ ସମୀକ୍ଷା କରିଥିଲୋ ଜିଲାରେ ପାଇଖାନା ନିର୍ମାଣ ନେଇ ବିଭିନ୍ନ ସ୍ଥାନରେ ହୋଇଥିବା ଅଭିଯୋଗ ନେଇ ସେ କ୍ଷୁବ୍ଧ ହୋଇଥିଲେ। ଯେଉଁମାନେ ମିଥ୍ୟାବିଲ କରି ଆତ୍ମସାତ କରିଛନ୍ତି, ଏହି ଅଭିଯୋଗର ତଦନ୍ତ କରି କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଚେତାବନୀ ଦେଇଥିଲେ। ଜିଲାର ବିକାଶ ପାଇଁ ବିଡିଓ ମାନଙ୍କର ଗୁରୁଦାୟିତ୍ୱ ରହିଥିବାବେଳେ ସରକାରୀ ଚିଠିକୁ ମଧ୍ୟ କେତେକ ବିଡିଓ ପଢୁନଥିବା ନେଇ ସେ କ୍ଷୁବ୍ଧ ହୋଇ କଡା ଭାଷାରେ ତାଗିଦ୍‍ କରିଥିଲେ। ତେବେ ଦିଆଯାଇଥିବା ଲକ୍ଷ୍ୟଧାର୍ଯ୍ୟ ପୂରଣ ପାଇଁ ତୁରନ୍ତ କାର୍ଯ୍ୟର ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦେଇଥିଲେ। ଏହି ବୈଠକରେ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦୋକ ରମା କାନ୍ତ ନାୟକ,  ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରତ୍ମାକର ସାହୁ, ଉପଜିଲାପାଳ ଭାସ୍କର ରଇତ, ଏମଜିଏନଆଇଇଜିଏସର କାର୍ଯ୍ୟକ୍ରମ ଅଧିକାରୀ ରାଜେଶ ପଟ୍ଟନାୟକ ଙ୍କର ସମେତ ବିଭନ୍ନ ବିଭାଗର ଅଧିକାରୀ ଓ ଜିଲାର ସମସ୍ତ ୧୦ଟି ବ୍ଲକର ବିଡିଓ ଓ ସହକାରୀ ଯନ୍ତ୍ରୀମାନେ ଯୋଗଦେଇଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories