Patra electronics

ମଦ ମୃତ୍ୟୁ: ଦୁଇ ଅଧିକାରୀଙ୍କ ବଦଳି

ବ୍ରହ୍ମପୁର/ଚିକିଟି : ଚିକିଟି ମଦ ମୃତ୍ୟୁ ଘଟଣା ପରେ ଦୁଇ ଅଧିକାରୀଙ୍କୁ ବଦଳି କରାଯାଇଛି। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତିଙ୍କୁ କୋରାପୁଟକୁ ବଦଳି କରାଯାଇଥିବାବେଳେ ଏସଆଇ ପ୍ରସନ୍ନ କୁମାର ଜାଲିଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି। ବୁଧବାର ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ନିଲମ୍ବିତ ହୋଇଛନ୍ତି। ସେପଟେ  ଅପମିଶ୍ରିତ ମଦ ଦୁଇଟି ଜୀବନ ନେଇଛି। ଜିଲାର ଚିକିଟି ବ୍ଲକ ଜେନାପୁରରେ ଅପମିଶ୍ରିତ ମଦ୍ୟପାନ କରି ଗୁରୁତର ହେବା ପରେ ଏ‌ମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ୧୪ ଜଣଙ୍କ ମଧ୍ୟରୁ ବୁଧବାର ୨ ଜଣଙ୍କ ମୃତ୍ୟୁ ହୋଇଛି।  ମୃତକ ହେଉଛନ୍ତି ଜେନାପୁରର ଜୁର ବେହେରା ଓ ଲୋକନାଥ ବେହେରା । ଦୁଇ ଜଣଙ୍କ ମୃତ୍ୟୁ ପରେ ସମ୍ପୃକ୍ତ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଜି ଏହି ଘଟଣାରେ ଦୁଇ ଅଧିକାରୀଙ୍କୁ ବଦଳି କରାଯାଇଛି।

Comments are closed.