ଗିରିସୋଲା ଠାରେ କୋଭିଡ ତନଖି ଫାଟକକୁ ଗ୍ରାମବାସୀଙ୍କ ବିରୋଧ

ଚିକିଟି : କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆଖିଆଗରେ ରଖି ରାଜ୍ୟ ବାହାରୁ  ରାଜ୍ୟରେ ପ୍ରବେଶ କରୁଥିବା ପ୍ରବାସୀଙ୍କୁ ତନଖି କରିବା ପାଇଁ  ଆନ୍ଧ୍ର ସୀମାନ୍ତ ଗିରିସୋଲା ଠାରେ ଚଳିତ ବର୍ଷ ମଧ୍ୟ କୋଭିଡ ତନଖି ଫାଟକ ସ୍ଥାପନ ହୋଇଛି । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ RT-PCR ନେଗେଟିଭ ରିପୋର୍ଟ କିମ୍ବା ଦୁଇଟି ଟିକା ନେଇଥିବା ଅନିର୍ବାଯ୍ୟ ,ଯଦି କୌଣସି ପ୍ରବାସୀ ଏହା କରିନଥିବେ ତେବେ ସେମାନଙ୍କୁ ସଂଗରୋଧ ରେ ରହିବା ନିଷ୍ପତି ହୋଇଛି ।
ଯାଞ୍ଚ ଆରମ୍ଭ ପରେ ଗିରିସୋଲାରେ ପ୍ରବାସୀ ଙ୍କ ଗହଳି ଆରମ୍ଭ ହୋଇଛି । ପ୍ରଶାସନ ର ଏହି ତନଖି ପ୍ରକ୍ରିୟାକୁ ଗିରିସୋଲା ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି । କାରଣ ଗତ ବର୍ଷ ମଧ୍ୟ ଅନୁରୂପ ତନଖି ହୋଇଥିଲା । ସେତେବେଳେ ଆସୁଥିବା ପ୍ରବାସୀ ମାନେ ଗ୍ରାମ ମୁଣ୍ଡରେ ଯାନବାହାନ ରଖି ନିର୍ବିଘ୍ନରେ ରାସ୍ତା କଡରେ ଶୌଚ କରିବା ସହ ଗ୍ରାମ ପୋଖରୀରେ ଗାଧୁଆ ପାଧୁଆ କରିଥିଲେ ଓ ଗ୍ରାମ ମଧ୍ୟରେ ପଶି ଗ୍ରାମରେ ବୁଲୁଥିଲେ । ଏହାକୁ ଗ୍ରାମବାସୀ ବିରୋଧ କରି ଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିଲା ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଫଳରେ ଗ୍ରାମ ବାସୀଙ୍କୁ ବିଭିନ୍ନ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟାର ଶିକାର ହେବାକୁ ପଡିଥିଲା । ରାସ୍ତାରେ ଏତେମାତ୍ରାରେ ଯାନବାହାନ ଅଟକି ରହି ଟ୍ରାଫିକ ସମସ୍ୟା ଉପୁଜିଥିଲା । ଏପରିକି ଗ୍ରାମବାସୀ ମେଡିକାଲକୁ ଯିବାକୁ ମଧ୍ୟ ହଇରାଣ ହୋଇଥିଲେ। ଏବେ ପୁର୍ନବାର କୋଭିଡ ତନଖି ଫାଟକ ଆରମ୍ଭ ହୋଇଥିବାରୁ ଗତବର୍ଷର ଅସୁବିଧାକୁ ମନେ ପକାଇ ଏହାକୁ ତୀଵ୍ର ବିରୋଧ କରିଛନ୍ତି । ଗ୍ରାମଠାରୁ ଦୂରରେ ତନଖି କରି ଯାନ ବାହାନ ପାର୍କିଂ କରାଇବା ପାଇଁ ଦାବି କରିଛନ୍ତି । ଏନେଇ ଗଞ୍ଜାମ ଜିଲାପାଳ , ବ୍ରହ୍ମପୁର ଉପଜିଲାପାଳ , ବ୍ରହ୍ମପୁର ଉପଖଣ୍ଡ ପୁଲିସ ଅଧିକାରୀ , ଗୋଳନ୍ଥରା ଥାନା ଅଧିକାରୀ, ଚିକିଟି ତହସିଲଦାର ଓ ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

Comments are closed.